ଅଡୁଆରେ ବିଧାୟକ; ପୁଣି ବାନ୍ଧବୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ତାଙ୍କ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲକା । ଏକ ଅଜଣା କଲରୁ ତାଙ୍କ ଧମକ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏପିରିକି ଫେସବୁକ୍ରୁ ଫଟୋ ନେଇ ଭାଇରାଲ କରି ତାଙ୍କୁ ବଦନାମ କରାଯାଉଥିବା ନେଇ ସେ ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି ।

ସୋମାଲିକା କହିଛନ୍ତି, ତାଙ୍କ ପାଖକୁ ଏକ ଅଜଣା କଲରୁ ଧମକ ଆସୁଛି । ସେତିକି ନୁହେଁ, ସୋମାଲିକା ଯେଉଁ ସାନି ଏତଲା ଦେଇଥିଲେ ତାହାକୁ ମଧ୍ୟ ରଫା ଦଫା କରିବା ପାଇଁ ଟଙ୍କାର ଅଫର ଦିଆଯାଉଛି। ଏକ ଅଜଣା ଫୋନ ନମ୍ବରରୁ ବିଧାୟକଙ୍କ ଜଣେ ଅନୁଗତ ନିଜର ପରିଚୟ ଗୋପନ ରଖି ସୋମାଲିକାଙ୍କୁ କଲ କରି ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ସୋମାଲିକା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କ ଫେସବୁକ୍ରୁ ଫଟୋ ନେଇ ଭାଇରାଲ କରାଯାଉଛି । ଏଥିରେ ବିଜୟ ଶଙ୍କର ଦାସଙ୍କ ହାତ ରହିଛି । ତାଙ୍କ ଫଟୋ ଗୁଡ଼ିକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ କରି ମିଛରେ ବଦନାମ୍ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଏ ନେଇ ଜଗତସିଂହପୁର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ସେମାଲିକା । ତାଙ୍କ ସହିତ ସାମାଜିକ କର୍ମୀ ତଥା ଜଗତସିଂହପୁର ଶିଶୁ ମଙ୍ଗଳ କମିଟିର ସଦସ୍ୟା ସ୍ନିଗ୍ଧା ବିଶ୍ଵାଳଙ୍କୁ ଧମକ ଦେଉଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ବିଧାୟକ ବିଜୟଶଙ୍କର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଉଲ୍ଲେଖଯୋଗ୍ୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ସୋମାଲିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଉଥିଲା । ଉଭୟଙ୍କର କିଛି ବ୍ୟକ୍ତଗତ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସେମାନେ ବିବାଦୀୟ ହୋଇପଡିଥିଲେ। ଏହାପରେ ଉଭୟଙ୍କ ମଧ୍ୟର ଆପୋଷ ସମାଧାନ ହୋଇଥିବା ସୂଚନା ରହିଥିଲା। ମେ ୧୭ରେ ଉଭୟ ବିବାହ କରିବାକୁ ସବରେଜିଷ୍ଟାର ଅଫିସରେ ଏକ ଆବେଦନ କରିଥିଲେ। ପରେ ତାରିଖ ଅନୁଯାୟୀ ଜୁନ୍ ୧୭ରେ ଉଭୟ ସବରେଜିଷ୍ଟାର ଅଫିସରରେ ପହଞ୍ଚିବାର ଥିଲା। ସୋମିଲାକ ଜୁନ୍ ୧୭ରେ ବିବାହ ପାଇଁ ସବରେଜିଷ୍ଟାର ଅଫିସରେ ପହଞ୍ଚିଥିଲେ କିନ୍ତୁ ବିଜୟ ଶଙ୍କର ଦାସ ଆସିନଥିବା ଅଭିଯୋଗ କରିଛନ୍ତି ସୋମାଲିକା। ଏହାପରେ ସୋମିଲାକା ବିଜୟ ଶଙ୍କରଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ବିଜୟ ତାଙ୍କୁ ଧୋକା ଦେଇଛନ୍ତି ଏବଂ ବିଜୟ ସେକ୍ସ ରାକେଟ ଚଳାଉଛନ୍ତି ବୋଲି ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଜଗତସିଂହପୁର ଥାନାରେ ଏ ନେଇ ଜୁନ୍ ୧୮ରେ ମାମଲା ରୁଜୁ ହୋଇଥିଲା।