‘ମିଶନ ରାନିଗଞ୍ଜ’ର ରିଲିଜ ହେଲା ଟ୍ରେଲର…

ମୁମ୍ବାଇ : ବଲିଉଡର ଖିଲାଡି ଅକ୍ଷୟ କୁମାର ତାଙ୍କର ଆଗାମୀ ନୂଆ ଚଳଚ୍ଚିତ୍ର “ମିଶନ ରାନିଗଞ୍ଜ: ଦି ଗ୍ରେଟ୍ ଭାରତ ରେସକ୍ୟୁ” ବିଷୟରେ କିଛି ସମୟ ଧରି ଚର୍ଚ୍ଚା ରେ ଅଛି । ଏହି ଚଳଚ୍ଚିତ୍ର ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲଙ୍କ ଉପରେ ଆଧାରିତ।

ସୋମବାର ନିର୍ମାତାମାନେ ଏହି ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଟ୍ରେଲରରେ ଅକ୍ଷୟ ଜସୱନ୍ତ ସିଂଙ୍କ ଭୂମିକାରେ ନଜର ଆସିଛନ୍ତି। ସେପ୍ଟେମ୍ବର 7 ରେ ନିର୍ମାତାମାନେ ଏହି ଚଳଚ୍ଚିତ୍ରର ଏକ ଶକ୍ତିଶାଳୀ ଟିଜର ମୁକ୍ତିଲାଭ କରିଥିଲେ, ଯାହା ଏହି କାହାଣୀ ବିଷୟରେ ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରିଥିଲା। ବର୍ତ୍ତମାନ ଟ୍ରେଲରରୁ ଫିଲ୍ମର କାହାଣୀ ବିଷୟରେ ଅଧିକ ଜିନିଷ ସାମ୍ନାକୁ ଆସୁଛି। ଯଶୱନ୍ତ ସିଂ ଗିଲଙ୍କ ଭୂମିକାରେ ଅକ୍ଷୟ ବହୁତ ପ୍ରଭାବଶାଳୀ ଦେଖାଯାଉଛନ୍ତି।

ଟ୍ରେଲରରେ ଏହା ଦର୍ଶାଯାଇଛି ଯେ ଖଣି ପାଣିରେ ଭର୍ତ୍ତି ହୋଇଥିବାରୁ ଶ୍ରମିକମାନେ ଭିତରକୁ ଫସି ରହିଛନ୍ତି। ସେମାନଙ୍କର ସଂଖ୍ୟା 65 ଶ୍ରମିକଙ୍କ ପରିବାର ଚିନ୍ତିତ ଅଛନ୍ତି। ସମସ୍ତେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତୁ l ତା’ପରେ ଅକ୍ଷୟ କୁମାର ତାଙ୍କ ଉଦ୍ଧାର ଯୋଜନା ଉପସ୍ଥାପନ କରିଛନ୍ତି। ଏହି ଟ୍ରେଲରଟି ବହୁତ ଶକ୍ତିଶାଳୀ ଦେଖାଯାଉଛି l ଏହି ଚଳଚ୍ଚିତ୍ରରେ ରବି କିଶନ ମଧ୍ୟ ଅଛନ୍ତି। ସେ ଖଣିରେ ଫସି ରହିଥିବା ଖଣି ମାଲିକଙ୍କ ଭୂମିକାରେ ଅଛନ୍ତି। ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ। ସେ ଜସୱନ୍ତ ସିଂ ଗିଲଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି।

ଏହାର କାହାଣୀ :

ବାସ୍ତବରେ, ଚଳଚ୍ଚିତ୍ରଟି ସତ୍ୟ ଘଟଣାରେ ଆଧାରିତ l ଏହି କାହାଣୀ ଟି 1989 ମସିହାରୁ l ପଶ୍ଚିମବଙ୍ଗର ରାନିଗଞ୍ଜର ଏକ ଖଣିରେ ପ୍ରାୟ 220 ଶ୍ରମିକ ରାତିରେ କାମ କରୁଥିଲେ । ଏହି ସମୟରେ କାନ୍ଥରେ ଏକ ବିସ୍ଫୋରଣ ଘଟିଥିଲା ଯାହା ପରେ ଖଣି ପାଣିରେ ଭରିବା ଆରମ୍ଭ କରିଥିଲା l ଏହି ଘଟଣାରେ ଜସୱନ୍ତ ସିଂ ଗିଲ ଅନେକ ଶ୍ରମିକଙ୍କ ଜୀବନ ରକ୍ଷା କରିଥିଲେ।

ଚଳିତ ବର୍ଷ ରିଲିଜ ହେବ ଏହି ଫିଲ୍ମ :

“ମିଶନ୍ ରାଣିଗଞ୍ଜ: ଦି ଗ୍ରେଟ ଭାରତ ରେସକ୍ୟୁ” 6 ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି l ସୂତ୍ରରୁ ପ୍ରକାଶ ଯେ, ପୂର୍ବରୁ ଏହି ଫିଲ୍ମ କ୍ୟାପସୁଲ ଗିଲ ନାମରେ ରିଲିଜ ହେବାକୁ ଯାଉଥିଲା l ଅବଶ୍ୟ, ପରେ ଏହି ନାମକୁ ଦି ଗ୍ରେଟ୍ ଇଣ୍ଡିଆ ରେସକ୍ୟୁରେ ପରିବର୍ତ୍ତନ କରାଯାଇଥିଲା l କିନ୍ତୁ ଟିଜର ରିଲିଜ୍ ପୂର୍ବରୁ ଫିଲ୍ମର ନାମ ପୁଣି ଥରେ ବଦଳିଗଲା ଏବଂ ମିଶନ୍ “ରାଣିଗଞ୍ଜ: ଦି ଗ୍ରେଟ୍ ଭାରତ ରେସକ୍ୟୁ” ଦିଆଗଲା l

#ashaya kumar#mission raniganj