ଭାଇ ସହ ରୋମାନ୍ସ କରିଥିଲେ ମୀନୁ ମୁମତାଜ୍‌

୧୯୫୦ ତଥା ୬୦ ଦଶକରେ ଲୋକପ୍ରିୟ ଅଭିନେତ୍ରୀ ମୀନୁ ମୁମ୍‌ତାଜ୍ ଏକାଧିକ ଫିଲ୍ମରେ ନଜର ଆସିଛନ୍ତି । ସେ କେବଳ ଅଭିନେତ୍ରୀ ନ ଥିଲେ, ବରଂ ଉଚ୍ଚକୋଟିର ଡାନ୍ସର ଥିଲେ । ମୀନୁ ହେଉଛନ୍ତି ଅଭିନେତା ମହମୁଦ ଅଲିଙ୍କ ଭଉଣୀ । ‘ଘର ଘର ମେଁ ଦିୱାଲି’ ଫିଲ୍ମରୁ ମୀନୁଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଫିଲ୍ମରେ ଗାଁରେ ରହୁଥିବା ଡାନ୍ସର ଚରିତ୍ରରେ ସେ ନଜର ଆସିଥିଲେ । ତେବେ ‘ସଖି ହାତିମ୍‌’ ଫିଲ୍ମରୁ ସେ ଲୋକପ୍ରିୟତା ସାଉଁଟି ଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା ଭେଟି ଦେଲେ ।
ସେହିପରି ଦେବ ଆନନ୍ଦଙ୍କଠାରୁ ଆରମ୍ଭ କରି ଗୁରୁ ଦତ୍ତଙ୍କ ଭଳି ଏକାଧିକ ଅଭିନେତାଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକେ ପସନ୍ଦ କରିଛନ୍ତି । ତେବେ ସେ ପରଦାରେ କେବଳ ଏହି ଅଭିନେତାଙ୍କ ସହ ରୋମାନ୍ସ କରି ନାହାନ୍ତି, ବରଂ ନିଜ ଭାଇ ସହ ରୋମାନ୍ସ କରିଛନ୍ତି ମୀନୁ । ଗୋଟିଏ ସିନେମାରେ ସେ ତାଙ୍କ ଭାଇ ମହମୁଦଙ୍କ ସହ ରୋମାନ୍ସ କରିଥିଲେ । ‘ହାୱଡା ବ୍ରିଜ୍‌’ ସିନେମାରେ ମହମୁଦ ଓ ମୀନୁଙ୍କ ରେମାଣ୍ଟିକ ଦୃଶ୍ୟ ଦର୍ଶକେ ଦେଖିଛନ୍ତି ଏବଂ ତାହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ଏହି ସିନେମାଟି ୧୯୫୯ରେ ମୁକ୍ତିଲାଭ କରିଥିଲା । ଅବଶ୍ୟ ଫିଲ୍ମ କାହାଣୀ ଯାହା ଚାହୁଁଥିଲା, ସେମାନେ ସେହି ହିସାବରେ ଅଭିନୟ କରିଥିଲେ । ଅନ୍ୟପଟେ ପରଦାରେ ଦୁହିଁଙ୍କ ଯୋଡ଼ିକୁ ପସନ୍ଦ କରାଯାଉଥିବାରୁ ଏଭଳି ଏକ ଦୃଶ୍ୟରେ ସେମାନେ ଅଭିନୟ କରିବାକୁ ବାଧ୍ୟ ହୋଇଥିଲେ । ଦୁହେଁ ଉଚ୍ଚକୋଟିର କଳାକାର ହୋଇଥିବାରୁ ଏହି ଫିଲ୍ମକୁ ନା କହି ନ ଥିଲେ । ତା’ସହ ଏଭଳି ଦୃଶ୍ୟ କରିବା ପାଇଁ ଦୁହେଁ ସହମତି ପ୍ରକାଶ କରିଥିଲେ ।