ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସୁରକ୍ଷିତ ନୁହଁନ୍ତି :୯ ବର୍ଷ ରେ ୩୬୭୯ ଘର ଓ ୧୬୭୮ ଟି ଧର୍ମପୀଠ ଧ୍ବଂସ

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବର୍ତ୍ତମାନ ସୁରକ୍ଷିତ ନୁହଁନ୍ତି I ଏବେ ଘୋର ଆତଙ୍କ ରେ କାଳ କାଟୁଛନ୍ତି ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ I ଦୁର୍ଗାପୂଜା ସମୟରେ ଆରମ୍ଭ ହୋଇଥିବା ହୋଇଥିବା ମଣ୍ଡି ଭଙ୍ଗାରୁଜା ସହ ହତ୍ୟା କାଣ୍ଡ ଏଯାଏ ଥମିବାର ନାଁ ଧରୁନି I
ଏଯାଏ ୨୯ ହିନ୍ଦୁ ମାନଙ୍କର ଘର ପୋଡାଯାଇ ସାରିଲାଣି I ଅନେକ ହିନ୍ଦୁ ଧର୍ମର ଲୋକ ଓ ମନ୍ଦିର ଉପରେ ଆକ୍ରମଣ କରାଯାଉଛି। ରବିବାର ଦିନ ରାତିରେ ମାଝୀପଡା ରେ ଥିବା ଜନୈକ ହିନ୍ଦୁ ବ୍ୟକ୍ତି ଙ୍କ ଘରେ ନିଆଁ ଲଗାଇଦିଆ ଯାଇଥିଲା I
ଏହି ଆକ୍ରମଣରେ ୬ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ ମଧ୍ୟ ବାଂଲାଦେଶରେ ଥିବା ହିନ୍ଦୁ ସଂପ୍ରଦାୟର ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।ମିଳିଥିବା ରିପୋର୍ଟ ଅନୁଯାୟୀ ୨୦୧୩ ଜାନୂୟାରୀରୁ ଚଳିତ ବର୍ଷ ସେପ୍ଟେମ୍ବର ଦୀର୍ଘ ୯ ବର୍ଷ ମଧ୍ୟରେ ୩୬୭୯ ଟି ହିନ୍ଦୁ ସମ୍ପ୍ରଦାୟର ଘର ଆକ୍ରମଣ କରାଯାଇଛି I ସେହିଭଳି ୧୬୭୮ ଟି ଧର୍ମପୀଠ ଧ୍ବଂସ କରାଯାଇଛି I ନାଗରିକ ଅଧିକାର ସମୂହ ଶୈଲେଶ କେନ୍ଦ୍ର ଏହି ରିପୋର୍ଟ ଦେଇଛି। ଏଥିରେ ବର୍ତ୍ତମାନ ର ମୃତାହତ ଙ୍କୁ ବାଦ ଦେଲେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୬୨ ଜଣ ଆହତ ହୋଇଛନ୍ତି I
ଢାକା ଟ୍ରିବ୍ୟୁନ୍ ଏହି ରିପୋର୍ଟକୁ ଆଧାର କରି ଖବର ପ୍ରକାଶ କରିଛି ଯେ ଗତ ପାଞ୍ଚ ବର୍ଷର ତଥ୍ୟକୁ ଯଦି ବିଚାର କରାଯିବ, ତା’ହେଲେ ୨୦୨୧ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ସବୁଠାରୁ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। କିଛି ଦିନ ପୂର୍ବରୁ ହିନ୍ଦୁ ମନ୍ଦିର ଓ ଦୁର୍ଗା ପୂଜା ପେଣ୍ଡାଲ ଉପରେ ହୋଇଥିବା ହମଲା ଏହାର ଉଦାହରଣ ଭାବେ ନିଆଯାଇ ପାରେ।
ରିପୋର୍ଟ ଅନୁଯାୟୀ, ୨୦୧୪ ବର୍ଷ ବାଂଲାଦେଶର ସଂଖ୍ୟାଲଘୁଙ୍କ ପାଇଁ ସବୁଠାରୁ ଖରାପ ସମୟ ଥିଲା। ସେହିବର୍ଷ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ୧୨୦୧ଟି ଘରେ ଆକ୍ରମଣ କରାଯାଇଥିଲା। ଦୁର୍ବୃତ୍ତମାନେ ଘର ଗୁଡ଼ିକୁ ଭଙ୍ଗାରୁଜା କରିବା ପରେ ଏଗୁଡ଼ିକୁ ଜାଳି ଦେଇଥିଲେ। ଚଳିତ ବର୍ଷ ଇତି ମଧ୍ୟରେ ହିନ୍ଦୁ ସଂପ୍ରଦାୟର ୧୯୬ଟି ଘର, ବ୍ୟବସାୟ ପ୍ରତିଷ୍ଠାନ, ମନ୍ଦିର, ବୌଦ୍ଧ ମନ୍ଦିର ଓ ପ୍ରତିମୂର୍ତ୍ତିକୁ ଭଙ୍ଗା ରୁଜା କରାଯାଇଥିବା ନେଇ ମାମଲା ପଞ୍ଜିକୃତ ହୋଇଛି।
ବାଂଲାଦେଶର କୋମିଲା ଅଞ୍ଚଳରେ ମୁସଲିମଙ୍କ ପବିତ୍ର ଗ୍ରନ୍ଥ କୁରାନକୁ ଅପମାନିତ କରାଯାଉଥିବା ବିଷୟରେ ଗୁଜବ ପ୍ରଚାର ହୋଇଥିଲା। ଏହାପରେ ହିଁ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଘଟଣା ବୃଦ୍ଧି ପାଇଛି। ଏଠାରେ ଥିବା ଗୋଟିଏ ଦୁର୍ଗା ପୂଜା ପେଣ୍ଡାଲରେ କୁରାନକୁ ନଷ୍ଟ କରାଯାଉଥିବା ଗୁଜବ ପ୍ରଚାରିତ ହୋଇଥିଲା।
ଏହାପରେ କିଛି ଲୋକ ପେଣ୍ଡାଲରେ ଭଙ୍ଗାରୁଜା କରିବା ସହ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲେ।

Comments (0)
Add Comment