ମାହାଙ୍ଗା ନିର୍ବାଚନ ପ୍ରଚାର ମୈଦାନ ରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ତୋଫାନୀ ପ୍ରଚାର

ଆସନ୍ତା ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେଉଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ I ପ୍ରାର୍ଥୀ ଓ ନେତାଙ୍କର ଚାଲିଛି ଜୋରଦାର ପ୍ରଚାର ଇ ବହୁ ବଡ଼ ବଡ଼ ନେତା ବର୍ତ୍ତମାନ ପ୍ରଚାର ମୈଦାନ କୁ ଓଲ୍ହାଇସାରିଲେଣି I ଶାସକ ଦଳ ସହିତ ମୁଖ୍ୟ ବିରୋଧୀ ବିଜେପି ଦଳ ବିଭିନ୍ନ ପ୍ରତିଶୃତି ଦେଇ ଭୋଟରଙ୍କ ମନ କିଣିବାକୁ ଚେଷ୍ଟା କରୁଛନ୍ତି i ହେଭିୱେଟ ନେତା ମାନଙ୍କ ମଧ୍ୟରେ ଶାସକ ଦଳପକ୍ଷରୁ ମାହାଙ୍ଗା ନିର୍ବାଚନ ମଣ୍ଡଳ ପାଇଁ ତୋଫାନି ଗସ୍ତ କରି ମନ୍ତ୍ରୀ ପ୍ରତାପ ଜେନା ୪୧ ଓ ୪୨ ନଂ ଜିଲ୍ଲାପରିସଦ ଜୋନ ରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ଗାଁ ଛକ ଜାଗା ମାନଙ୍କରେ ମନ୍ତ୍ରୀ ପ୍ରତାପ ଜେନା ସାଧାରଣ ସଭା ମନ କରି ଭୋଟର ମାନଙ୍କୁ ନବୀନ ବାବୁଙ୍କ ବିଭିନ୍ନ ଉନ୍ନୟନ ମୂଳକ ବାର୍ତ୍ତା ବାଣ୍ଟିବା ସହ ଦଳ ସପକ୍ଷରେ ଭୋଟ ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଦଳୀୟ କର୍ମକର୍ତ୍ତାଙ୍କ ସହ ଉମର ପଂଚାୟତ ବ୍ୟାଙ୍କ ଛକ ଠାରେ ଆୟୋଜିତ ନିର୍ବାଚନୀ ବୈଠକରେ ଯୋଗଦେଇ ଜିଲ୍ଲାପାରିଷଦ ପ୍ରାର୍ଥୀ ଜଗବନ୍ଧୁ ସେଠୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଦଳୀୟ କର୍ମୀ ମାନଙ୍କୁ ନିବେଦନ କରିବା ସହ ନବୀନ ବାବୁଙ୍କ ମାଳ ମାଳ ଜନକଲ୍ୟାଣକାରୀ ଯୋଜନାରେ କିପରି ଲୋକମାନେ ଉପକୃତ ହେଉଛନ୍ତି ସେନେଇ ନବୀନ ବାବୁଙ୍କ ବାର୍ତ୍ତା ଦେଇଛନ୍ତି ।

ଏଥିସହ କେବଳ ବିଜେଡି ଦଳ ଲୋକମାନଙ୍କର ସମସ୍ତ ସମସ୍ୟା ସମାଧାନ କରିବା ଓ ଅଧୁରା କାର୍ୟ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଜେଡି ହିଁ ଏକମାତ୍ର ବିକଳ୍ପ ବୋଲି ଭୋଟର ମାନକୁ ବାର୍ତ୍ତା ଦେଇଛନ୍ତି । ଏହି ବୈଠକରେ ଉମର ପଂଚାୟତର ଯୁବ ସଂଗଠକ ଚିତ୍ତରଞ୍ଜନ ମହାପାତ୍ର, ପୂର୍ବତନ ସରପଞ୍ଚ ଜଗନ୍ନାଥ ପ୍ରଧାନ, ରବୀନ୍ଦ୍ର ପଣ୍ଡା, ବିଜୟ ସିଂହ, ସମିତି ସଭ୍ୟ ପ୍ରାର୍ଥୀ କିଶୋର ଚନ୍ଦ୍ର ଦାସ ସରପଞ୍ଚ ପାର୍ଥି ଇଂ ଶାଶ୍ୱତ ରଞ୍ଜନ ଦାସ ଙ୍କ ସମେତ ବହୁ ମହିଳା ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ, ସେହିପରି ଅଚ୍ୟୁତପୁର ଠାରେ ଆୟୋଜିତ ନିର୍ବାଚନୀ ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇ ୪୨ ନଂ ଜିଲ୍ଲାପରିସଦ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ କର୍ମୀମାନକୁ ନିବେଦନ କରିବା ସହ ସରପଞ୍ଚ ପ୍ରାର୍ଥିନୀ ମନୋରମା ମହାନ୍ତି ଓ ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ସମାଲଙ୍କୁ ଆସନ୍ତା ନିର୍ବାଚନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି ।