ଭୁବନେଶ୍ୱର: ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ସରକାର ଅଂଶୁଘାତ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ଖରାରେ କଟିବନି ଲାଇନ। ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗୃହରେ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି ଯେ, ୧୦ ପୌରାଞ୍ଚଳ ହିଟୱେଭ୍ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି। ୩୦ ଜିଲ୍ଲା ଓ ଟ୍ଵିନ୍ ସିଟି ପାଇଁ ମଧ୍ୟ ଯୋଜନା କରାଯାଇଛି। ରାଜ୍ୟ ଓ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିଛି। ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭ୍ ସାମିଲ ହେବ। ଏଥିପାଇଁ ୧୬ତମ ଅର୍ଥ କମିଶନ ସୁପାରିଶ କରିଛନ୍ତି। ତେବେ ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି । ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭକୁ ସାମିଲ୍ ପାଇଁ ସୁପାରିସ୍ ହୋଇଛି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଆଗାମୀ ଦିନରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।