ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବାହାରିନ ଓ ଜୋର୍ଡାନ ସ୍ଥିତ ଆମେରିକା ଘାଟି ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଏବେ ଏକ ଅତି ଭୟଙ୍କର ମୋଡ଼ ନେଇଛି। ଆମେରିକା ପକ୍ଷରୁ ଇରାନର ୫ଟି ପ୍ରଦେଶ ଉପରେ ଏକକାଳୀନ ଆକ୍ରମଣ କରାଯିବା ପରେ, ଏବେ ତେହେରାନ ପକ୍ଷରୁ ଏହାର ଜବାବୀ ପ୍ରତିଶୋଧ ନିଆଯାଇଛି। ଆଜି ଇରାନ ତିନୋଟି ଦେଶରେ ଥିବା ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିଛି। କୁୱେତ, ବାହାରିନ ଏବଂ ଜୋର୍ଡାନ ସ୍ଥିତ ଆମେରିକା ସାମରିକ ଘାଟି ଉପରେ ତେହେରାନ ପକ୍ଷରୁ ମାରାତ୍ମକ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରାଯାଇଛି। ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଦାବି କରିଛି ଯେ, ସେମାନେ କୁୱେତ, ବାହାରିନ ଏବଂ ଜୋର୍ଡାନର ଏକାଧିକ ସ୍ଥାନରେ ଜବାବୀ ଆକ୍ରମଣ କରିଛନ୍ତି। ଇରାନ ଜୋର୍ଡାନର ‘ପ୍ରିନ୍ସ ହାସନ ଏୟାର ବେସ’ରେ ଥିବା ଇନ୍ଧନ ଟ୍ୟାଙ୍କ ଓ କ୍ଷେପଣାସ୍ତ୍ର ଡିପୋକୁ ଟାର୍ଗେଟ କରିଥିବା ବେଳେ ବାହାରିନରେ ଥିବା ଆମେରିକାର ଏକ ଡ୍ରୋନ କମାଣ୍ଡ ସେଣ୍ଟର ଉପରେ ମଧ୍ୟ ବୋମା ବର୍ଷଣ କରିଛି। ଏହାସହ ଆମେରିକା ଯଦି ନିଜର ଆକ୍ରମଣ ବନ୍ଦ ନକରେ, ତେବେ ତା’ର ସମସ୍ତ ସାମରିକ ଘାଟିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଯିବ ବୋଲି ଇରାନ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦିଆଯାଇଛି।

BahrainMiddle East engulfed in smoke: Iran fires missiles at Kuwait