କରୋନା ସଂକ୍ରମିତ ଙ୍କ ବଢିଛି ମାନସିକ ସମସ୍ୟା : ଓଡ଼ିଶା ସରକାରଙ୍କ ପଦକ୍ଷେପକୁ କେନ୍ଦ୍ରର ପ୍ରଶଂସା

କରୋନା ସଂକ୍ରମିତ ଙ୍କ ପରବର୍ତ୍ତୀ କାଳରେ ଉପୁଜିଥିବା ମାନସିକ ସମସ୍ୟା ର ମୁକ୍ତି ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ କେନ୍ଦ୍ର ପ୍ରଶଂସା କରିଛି ।ଏପରିକି ଓଡିଶା ସରକାରଙ୍କୁ ପୁରସ୍କୃତ ମଧ୍ୟ କରିଛି କେନ୍ଦ୍ର । ମହାମାରୀ ସମୟରେ ମାନସିକ ଚାପ ବହୁତ ବଢିଯାଇଛି । ମୃତ୍ୟୁ, ମୃତ୍ୟୁର ଭୟ, ରୋଗର ଭୟ ଓ କରୋନା କାଳରେ ବେରୋଜଗାରୀ ମାନସିକ ଚାପକୁ ବହୁଗୁଣିତ କରିଦେଇଛି । ତେଣୁ ଗତ ଦେଢବର୍ଷ ଭିତରେ ମାନସିକ ରୋଗୀଙ୍କ ସଂଖ୍ୟା ବଢିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ମୋବାଇଲ ମେଣ୍ଟାଲ ହେଲଥ ୟୁନିଟ ନିୟୋଜିତ କରିଥିଲେ । ଯେଉଁମାନେ ସଙ୍ଗରୋଧ କେନ୍ଦ୍ରକୁ ଯାଇ ଲୋକଙ୍କୁ ମାନସିକ ରୋଗ ବିଷୟରେ ଉପଦେଶ ଦେଉଥିଲେ । ଚିକିତ୍ସିତ ହେଉଥିବା ମାନସିକ ରୋଗୀଙ୍କ ପାଖରେ, ଆବଶ୍ୟକ ପରିମାଣ ଔଷଧ ପହଞ୍ଚାଇବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଥିଲେ । ଏପରିକି ମାନସିକ ରୋଗ ବିଭାଗରେ କଲ ସେଣ୍ଟର କରି ଫୋନ ଜରିଆରେ ଆବଶ୍ୟକ ପରାମର୍ଶ ଦେଉଥିଲେ ।

Comments (0)
Add Comment