ପୁରୁଷ ହକି ମାନ୍ୟତା : ୩ୟ ସ୍ଥାନକୁ ଉଠିଲା ଭାରତ

ନୂଆଦିଲ୍ଲୀ  : ଭାରତୀୟ ପୁରୁଷ ହକି ଦଳ ଚେନ୍ନଇରେ ଆୟୋଜିତ ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣରେ ଚମ୍ପିଆନ ହୋଇଛି। ଭାରତ ୪ର୍ଥ ଥର ପାଇଁ ଏସିଆନ ଚମ୍ପିଆନ୍‌ସ ଟ୍ରଫି ଜିତିଛି। ସବୁଠାରୁ ବଡ କଥା ହେଉଛି ଭାରତ ପ୍ରତିଯୋଗିତାରେ ଅପରାଜୟ ସହ ଚମ୍ପିଆନ ହୋଇଛି। ଭାରତୀୟ ଦଳର ଏହି ସଫଳତା ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ମାନ୍ୟତାରେ ଉନ୍ନତି ହୋଇଛି। ଭାରତ ୨୭୭୧.୩୫ ପଏଣ୍ଟ ସହ ମାନ୍ୟତାର ୩ୟ ସ୍ଥାନରେ ପହଞ୍ଚିଛି।

ଇଂଲଣ୍ଡ୨୭୬୩.୦୦ ପଏଣ୍ଟକୁ ପଛରେ ପକାଇ ଭାରତ ୩ୟ ସ୍ଥାନକୁ ଉଠିଛି। ସେହିପରି ନେଦରଲାଣ୍ଡ୍‌ସ ୩୦୯୫.୯୦ ପଏଣ୍ଟ ସହ ଶୀର୍ଷ ଓ ବେଲଜିୟମ ୨୯୧୭.୮୭ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ଦୁଇ ବର୍ଷ ପରେ ପୁନର୍ବାର ଏଫ୍‌ଆଇଏଚ୍‌ ମାନ୍ୟତାର ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ ଶେଷ ଥର ପାଇଁ ୨୦୨୧ ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟ ପଦକ ଜିତିବା ପ​‌େ​‌ର ମାନ୍ୟତାର ୩ୟ ସ୍ଥାନକୁ ଉନ୍ନୀତ ହୋଇଥିଲା। ଆଗକୁ ଏସୀୟ କ୍ରୀଡ଼ା ରହିଥିବାରୁ ଭାରତୀୟ ହକି ଦଳ ପାଇଁ ଉକ୍ତ ମାନ୍ୟତା ବଜାୟ ରଖିବା ଆଶା କରାଯାଉଛି। କାରଣ ଏସିଆନ ଚମ୍ପିଆନ୍‌ସ ଟ୍ରଫିରେ ଅଂଶଗ୍ରହଣକାରୀ ଦଳ ମଧ୍ୟ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ।

ସେହିପରି ଭାରତ ନିକଟରୁ ଫାଇନାଲରେ ପରାଜିତ ହୋଇ ଏସିଆନ ଚମ୍ପିଆନ୍‌ସ ଟ୍ରଫିରେ ରନର୍ସଅପ ହୋଇଥିବା ମାଲେସିଆ ମାନ୍ୟତାର ୯ମ ସ୍ଥାନରେ ରହିଛି।ଅନ୍ୟ ଏସୀୟ ଦଳ ଗୁଡ଼ିକ ମଧ୍ୟ​‌େ​‌ର ଦକ୍ଷିଣ କୋରିଆ ୧୧ତମ,ପାକିସ୍ତାନ ୧୬,ଜାପାନ ୧୮ ଓ ଚୀନ୍‌ ୨୮ତମ ସ୍ଥାନରେ ରହିଛନ୍ତି।