ଭୁବନେଶ୍ବର : କେନ୍ଦୁଝରର ପାଟଣାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ। ଚମ୍ପୁଆର ଚନ୍ଦ୍ରଶେଖର ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜେଏସଡବ୍ଲ୍ୟୁ ଓ ପୋସ୍କୋ ସହ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ନେଇ ଏମଓୟୁ ସ୍ବାକ୍ଷର ହୋଇଛି । ୪୦ ହଜାର କୋଟି ଟଙ୍କା ବ୍ୟୟରେ ବାର୍ଷିକ ୫ମିଲିଟନ ଟନ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟକକୁ ୪ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହାକୁ ଏକ ଅଟୋନୋମସ କଲେଜ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବରୁ କେନ୍ଦୁଝରରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫କୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୃଷି ଯନ୍ତ୍ରପାତି ମେଳା କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ସହିତ ଆମ ଚାଷୀଙ୍କୁ ଆଜିର ବିଶ୍ୱ ବଜାରରେ ପ୍ରତିଯୋଗୀ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି । କୃଷକର ଉନ୍ନତିରେ ରାଜ୍ୟର ବିକାଶ ସମ୍ଭବ ହେଇ ପାରିବ । ଆମ ଚାଷୀଙ୍କ ଆୟ ରାଜ୍ୟର ହାରାହାରି ଆୟ ଠୁ ଅଧିକ ହେବ, ସେହି ଦିଗରେ ଆମେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି। ପରେ ମେଳାରେ ଷ୍ଟଲ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ।