କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ: ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ

ଭୁବନେଶ୍ୱର: ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ସଚିବ ଶ୍ରୀ ଆଶିଷ କୁମାର ଭୂଟାନୀ, ଯୁଗ୍ମ ସଚିବ ଶ୍ରୀ ସିଦ୍ଧାର୍ଥ ଜୈନ ଏବଂ ନିର୍ଦ୍ଦେଶକ ଶ୍ରୀ ମୁକେଶ କୁମାରଙ୍କ ସହ ଓଡ଼ିଶା ଗସ୍ତ କରି ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସମବାୟ ବିକାଶ କମିଟି (ଏସସିଡିସି) ର ଚତୁର୍ଥ ବୈଠକରେ ଯୋଗ ଦେଇଥିଲେ। ଉଲ୍କେଖଯୋଗ୍ୟ ଯେ, ଭାରତ ସରକାରଙ୍କ  “ସହକାର ସେ ସମୃଦ୍ଧି” ଦୃଷ୍ଟିକୋଣ ଅନୁଯାୟୀ ଗ୍ରାମୀଣ ଅର୍ଥନୀତିକୁ ‘ସମବାୟ ମାଧ୍ୟମରେ ସମୃଦ୍ଧି’ କରିବା ଲକ୍ଷ୍ୟ ନେଇ ସମବାୟ ବ୍ୟବସ୍ଥାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସମବାୟ ବିକାଶ କମିଟି ସମୀକ୍ଷା ଓ ମାର୍ଗଦର୍ଶନ କରିଆସୁଛନ୍ତି। ବୈଠକରେ ରାଜ୍ୟରେ ପ୍ରାଥମିକ କୃଷି  ସମବାୟ ସମିତି(ପାକ୍ସ) ଏବଂ ସମବାୟ ସମିତି ନିବନ୍ଧକ( ଆରସିଏସ) କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିବା ସଂପର୍କରେ ଉପସ୍ଥାପିତ ହୋଇଥିଲା । ରାଜ୍ୟବ୍ୟାପୀ ନୂତନ ପାକ୍ସ, ବହୁମୁଖୀ ସେବା ସମବାୟ ସମିତି(ଲାମ୍ପ୍ସ)ଗୁଡିକର  ଶୀଘ୍ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

Meeting of the Chief Secretary with the Union Secretary: From now on