ସୈନ୍ଧବ ଲବଣର ଔଷଧୀୟ ଗୁଣ
- ଖାଦ୍ୟ ହଜମ କରିବାରେ ସୈନ୍ଧବ ଲୁଣ ସହାୟକ ହୋଇଥାଏ । ଏହି ଲୁଣ ଖାଇବା ଦ୍ୱାରା ପାଚକ ରସ ଅଧିକ କ୍ଷରିତ ହୋଇଥାଏ ।
- ଉଚ୍ଚ ରକ୍ତଚାପ, ମଧୁମେହ ଓ ହୃଦ୍ରୋଗୀଙ୍କ ପାଇଁ ସୈନ୍ଧବ ଲବଣ ଉତ୍ତମ ହୋଇଥାଏ । ସାଧାରଣତଃ ଏହି ରୋଗୀଙ୍କ ଲାଗି ଲବଣ ସେବନ ବାରଣ ହୋଇଥିବା ବେଳେ ସୈନ୍ଧବ ଲବଣ ସେମାନଙ୍କଠାରେ ଔଷଧ ଭଳି କାର୍ଯ୍ୟ କରିଥାଏ । ରକ୍ତଚାପ, ଡାଇବେଟିସ୍ ଆଦିକୁ ନିୟନ୍ତ୍ରଣ କରିବାରେ ଏହି ଲୁଣ ସାହାଯ୍ୟ କରେ ।
- ରକ୍ତ ବିକାର ରୋଗୀଙ୍କ ସ୍ୱାସ୍ଥପକ୍ଷେ ସୈନ୍ଧବ ଲୁଣ ହିତକର ।
- ପିତ୍ତନାଶକ ଭାବେ ଏହି ଲୁଣ ବ୍ୟବହାର ହୋଇଥାଏ ।
- ଦୃଷ୍ଟି ଶକ୍ତି ବୃଦ୍ଧି ତଥା ଆଖି ପାଇଁ ସୈନ୍ଧବ ଲୁଣ ଉପକାରୀ ।
- କୃମିନାଶକ ଭାବେ ସୈନ୍ଧବ ବ୍ୟବହୃତ ହୋଇଥାଏ ।
- ଥାଇରଏଡ୍ ରୋଗରେ ପୀଡ଼ିତ ଥିଲେ ସୈନ୍ଧବ ଲୁଣ ଖାଆନ୍ତୁ । କିଛି ଦିନ ମଧ୍ୟରେ ଥାଇରଏଡ୍ ସମସ୍ୟାରୁ ମୁକ୍ତି ପାଇବେ ।