ବିଭିନ୍ନ ଦାବିନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ : ଜିଲ୍ଲା ବାସୀଙ୍କ ପୂର୍ଣ୍ଣ ସମର୍ଥନ

ଆଜି ବିଜେପି ଦଳ ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ମୟୁରଭଞ୍ଜ ଜିଲ୍ଲା ତଥା ବାରିପଦା ବାସୀ ସମ୍ପୂର୍ଣ ସମର୍ଥନ କରିଥିବା ଦେଖିବାକୁ ମିଳିଛି I ଏହାର ପ୍ରଭାବ ବାରିପଦା ସହରରେ ଦେଖିବାକୁ ମିଳିଥିଲା ସମସ୍ତ ସରକାରୀ ଅଫିସ,ବ୍ୟାଙ୍କ ,ସ୍କୁଲ,କଲେଜ ତଥା ବସ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିଲାବେଳେ ରାସ୍ତାଘାଟ ଖାଁ ଖାଁ ସାଙ୍ଗକୁ ପୁରାପୁରି ଜନଶୂନ୍ୟ ରହିଥିଲା I ବିଜେପି କର୍ମୀମାନେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି । ତାସହ ଉଦଳା, କରଞ୍ଜିଆ , ରାଇରଙ୍ଗପୁରରେ ବି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରକାଶ ଥାଉ କି ଗତ ୨୨ ତାରିଖ ରେ ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କର ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ କାର୍ଡ ବଣ୍ଟନ କରିବାର ଥିଲା I ଏହି ଅବସରରେ ,ବହୁତ ଦିନ ରୁ ମୟୁରଭଞ୍ଜ କୁ ଉପେକ୍ଷିତ କରାଯାଉଥିବା ତଥା ଜିଲ୍ଲାବାସୀ ଙ୍କର ମୌଳିକ ଦାବି ଗୁଡିକ ପ୍ରତି ସରକାରଙ୍କର ଉଦାସୀନତା,ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିପଡିବା ତଥା ମୟୁରଭଞ୍ଜ ଜିଲ୍ଲା ବାସୀଙ୍କୁ ବାରମ୍ବାର ପ୍ରତିଶୃତି ଦେଇ କୌଣସି ଗୋଟିଏ ମଧ୍ୟ ପୂରଣ କରାଯାଉନଥିବା ଏବଂ ଜିଲ୍ଲାପ୍ରତି ପକ୍ଷପାତିତା ଇତ୍ୟାଦି କୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ କରାଯାଇଥିଲା I ସେହି ଅନୁସାରେ ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ସମୟରେ ବିଜେପି ଏବଂ ଜେଏମଏମ ପକ୍ଷରୁ ପ୍ରତିବାଦ କରାଯାଇଥିଲା I ଏହି ସମୟରେ ସ୍ଥାନୀୟ ପୋଲିସ ର ଉପସ୍ଥିତିରେ ବିଜେଡି କର୍ମୀ ମାନେ ଅତି ଅମାନୁଷିକ ଭାବରେ ବିଜେପି ଏବଂ ଜେଏମଏମ କର୍ମୀଙ୍କୁ ମାଡ଼ମାରି ରକ୍ତାକ୍ତ କରିଦେଇଥିବାର ଦେଖିବାକୁ ମିଳିଥିଲା I ଏହି ସମୟରେ ପୋଲିସ ନିକଟରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇ ପୋଲିସ ଚୁପ ରହିଥିଲା I

ବିଜେଡି ର ଗୁଣ୍ଡାଗିରି ଓ ଦୋଷୀ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ସମେତ ଅନ୍ୟ ୧୫ଟି ଦାବି ନେଇ ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି, ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବିଶେଶ୍ୱର ଟୁଡୁଙ୍କୁ ପ୍ରଶାସନିକ ଅଧିକାରୀ ଅସମ୍ମାନ ଅଭିଯୋଗ ପ୍ରସଙ୍ଗକୁ ନେଇ ବି ତାତିଛି ବିଜେପି ।

Comments (0)
Add Comment