ଭୁବନେଶ୍ବର: ଚଳିବ ବର୍ଷ ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ। ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୯ରୁ ଖାତା ଦେଖା ଆରମ୍ଭ ହେବ । ପ୍ରାୟ ୧୩ ଦିନ ଧରି ମାଟ୍ରିକ ପରୀକ୍ଷା ଖାତା ଦେଖାଚାଲିବ । ତା ପରେ ରେଜଲ୍ଟ ବାହାରିବ। ଗୁରୁବାର ବୋର୍ଡ ଉପସଭାପତି ନିହାର ମହାନ୍ତି ଏହି ସୂଚନା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷା ଯାଏ ୭ଟା ୩୦ରୁ ସାଢ଼େ ୮ଟା ମଧ୍ୟରେ ଛାତ୍ରୀଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ୟ୍ୟନ୍ତ ଚାଲିବ । ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ଆଗରୁ ଓ ପରୀକ୍ଷା ଶେଷ ହୋଇ ଉତ୍ତର ଖାତା ସିଲ୍ ହେବା ପର୍ୟ୍ୟନ୍ତ ପରୀକ୍ଷା କେନ୍ଦ୍ରରେ ଭିଡିଓ ଯୋଗେ ସିଧା ପ୍ରସାରଣ କରାଯିବ । ୩୧୩୩ ପରୀକ୍ଷା କେନ୍ଦ୍ରରେ ଦିନେ ଛାଡ଼ି ଦିନେ ପରୀକ୍ଷା ଆୟୋଜନ କରିବ ବୋର୍ଡ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।