‘ମାଟି ଆଗ,ପାର୍ଟି ନୁହଁ ‘ବିବେକ ଅନୁଯାୟୀ ଭୋଟ ଦେଇଛି’ : ମ.ମୋକିମ

କଂଗ୍ରେସ ରେ ମୋକିମ ଝଡ଼ I ଦଳ ବିରୋଧରେ ଯାଇ ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ଭୋଟ୍‌ ଦେଇଛନ୍ତି କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଓଡିଆ ଭାବାବେଗ ଓ ଓଡିଆ ଝିଅକୁ ସମ୍ମାନ ଦେଇ ସେ ଭୋଟ୍ ଦେଇଥିବା କହିଛନ୍ତି । ଏହା ସହିତ ସେ କହିଛନ୍ତି ‘ପାର୍ଟି ନୁହେଁ, ମାଟି ଆଗ । ତେଣୁ ନିଜ ବିବେକ ଅନୁଯାୟୀ ମାଟି ର ଝିଅକୁ ଭୋଟ ଦେଇଛି I ଏହା ସମ୍ବିଧାନର ସର୍ବୋଚ୍ଚ ପଦ । କାହାକୁ ଭୋଟ୍‌ ଦେବାକୁ ଦଳର କୌଣିସ ହ୍ବିପ୍ ନଥିଲା । ମୁଁ ଓଡିଆ ହିସାବରେ ତାଙ୍କୁ ଭୋଟ୍ ଦେଇଛି ।

କିଛି ଦିନ ତଳେ ବିଧାୟକ ମହମ୍ମଦ ମୋକିମ୍ କହିଥିଲେ ଦଳ ଯାହାକୁ କହିବ ତାଙ୍କୁ ଆମେ ସମର୍ଥନ କରିବୁ । ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବୋଚ୍ଚ । ଦଳ ଯାହାକୁ କହିବ ସମର୍ଥନ ଲାଗି ଆମେ ତାକୁ ସମର୍ଥନ କରିବୁ । ସବୁଠୁ ଉପରେ ଦଳ । କିନ୍ତୁ ଆଜି ସେ ନିଜେ ଦଳ ନିଷ୍ପତ୍ତି ବାହାରକୁ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ।
ଓଡ଼ିଶାର ଜଣେ ଆଦିବାସୀ ମହିଳା ଭାରତର ସର୍ବୋଚ୍ଚ ପଦ ପାଇଁ ଛିଡ଼ା ହୋଇଛନ୍ତି। ଜଣେ ଓଡ଼ିଆ ମହିଳା ସର୍ବୋଚ୍ଚ ପଦରେ ବସନ୍ତୁ ବୋଲି ଓଡ଼ିଆଙ୍କର ଇଚ୍ଛା ରହିଛି । ତେଣୁ ଓଡ଼ିଆ ହିସାବରେ ନିଜ ବିବେକ ଅନୁଯାୟୀ ମୁଁ ମୋ ମୂଲ୍ୟବାନ ଭୋଟ୍‌ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛି। ଏଥିନିମନ୍ତେ ମୋତେ ବହୁ ବୁଦ୍ଧିଜୀବୀ ଅନୁରୋଧ କରିଥିଲେ। ଜଣେ ଓଡ଼ିଆ ହିସାବରେ ଏପରି ପଦକ୍ଷେପ ନେଇଥିବାରୁ ଦଳ ଭୁଲ୍‌ ବୁଝିବ ନାହିଁ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ । ଏଥିସହ ଯାହା କରିଛନ୍ତି ତାହା ଠିକ୍‌ ଓ ଏଥିନିମନ୍ତେ ତାଙ୍କର କୌଣସି ପଶ୍ଚାତାପ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।
ସେହିପରି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବI ପରେ କଂଗ୍ରେସ ର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଗଣମାଧ୍ୟମ ଆଗରେ ପାର୍ଟିର ନିଷ୍ପତ୍ତିଠୁ କହିଥିଲେ କିଛି ଭିନ୍ନ କଥା । ସୁର କହିଥିଲେ କି , ଦ୍ରୌପଦୀ ମୁର୍ମୁ ଓଡିଶାର ହୋଇଥିବା ଆମେ ତାଙ୍କୁ ଭୋଟ ଦେଲେ ଭଲ ହେବ । କିନ୍ତୁ ଏହି ବୟାନର କିଛି ଦିନ ପରେ ବଦଳିଯାଇଥିଲା ସୁରଙ୍କ ସ୍ୱର । ଆଉ କହିଥିଲେ କି, ପାର୍ଟିର ଯାହା ନିଷ୍ପତ୍ତି , ଆମେ ତାଙ୍କୁ ହିଁ ଭୋଟ ଦେବୁ ।

ତେବେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ପଷ୍ଟ କରିଥିଲେ । କଂଗ୍ରେସ ବିଧାୟକଙ୍କ ସହ ବୈଠକରେ ଏ ନେଇ ଆଲୋଚନା କରିଥିଲେ । କଂଗ୍ରେସର ସମସ୍ତ ଭୋଟ୍ ଯଶଓ୍ବନ୍ତଙ୍କୁ ଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ଘଟଣାକୁ ନେଇ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହାନୀପତି ପ୍ରତିକ୍ରିୟା ରଖିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ଏନେଇ ହାଇକମାଣ୍ଡକୁ ଅବଗତ କରାଇବୁ ବୋଲି କହିଛନ୍ତି । ସେହିପରି ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ କହିଛନ୍ତି ଶୃଙ୍ଖଳିତ ସଭ୍ୟ ଭାବେ ପାର୍ଟିର ନିଷ୍ପତ୍ତିରେ ଭୋଟ୍‌ ଦେବାକଥା । ଏହା ଦୁର୍ଭାଗ୍ୟ ଜନକ ଘଟଣା । ହାଇକମାଣ୍ଡଙ୍କୁ ଏ ବିଷୟରେ ଜଣାଯିବ । ଘଟଣାକୁ ନେଇ ଆକ୍ସନ ହେବ ବୋଲି ସେ କହିଛନ୍ତି ।