ଗୁଜୁରାଟ ବଡୋଦରାରେ ଭୟଙ୍କର ବିସ୍ଫୋରଣ: ଗ୍ୟାସ୍ ଭରୁଥିବା ବେଳେ ଫାଟିଗଲା କାର୍ ଟାଙ୍କି:

ଗୁଜୁରାଟ: ଗୁଜୁରାଟର ବଡୋଦରା ଜିଲ୍ଲା କରଜନ ନିକଟସ୍ଥ ୪୮ ନମ୍ବର ଜାତୀୟ ରାଜପଥରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ଜିନ୍ଦଲ କମ୍ପାନୀ ସମ୍ମୁଖରେ ଥିବା ସିଏନ୍‌ଜି (CNG) ଷ୍ଟେସନରେ ଏକ କାର୍‌ରେ ଗ୍ୟାସ୍ ଭର୍ତ୍ତି କରାଯାଉଥିବା ସମୟରେ ହଠାତ୍ ଜୋରଦାର ବିସ୍ଫୋରଣ ଘଟିଥିଲା। ଗ୍ୟାସ୍ ଭର୍ତ୍ତି ସମୟରେ କାର୍‌ର ଗ୍ୟାସ୍ ଟାଙ୍କି ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, କାର୍‌ର ପଛ ଭାଗର ବିଭିନ୍ନ ଅଂଶ ଏବଂ କାଚ ଅନେକ ମିଟର ଦୂରକୁ ଛିଟିକି ପଡ଼ିଥିଲା। ଏହାସହ ନିକଟରେ ଥିବା ଆଉ ଦୁଇଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣା ସମୟରେ କାର୍ ଭିତରେ କେହି ନଥିବାରୁ ଏକ ବଡ଼ ବିପଦ ଏଡ଼ିଯାଇଛି ଏବଂ କେହି ମୃତାହତ ହୋଇନାହାନ୍ତି। ଏହି ସମ୍ପୂର୍ଣ୍ଣ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କରଜନ ଅଗ୍ନିଶମ ବାହିନୀ ଏବଂ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛନ୍ତି। ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ୍ ତଦନ୍ତ ଜାରି ରଖିଛି।

Massive explosion in Vadodara