କାଶ୍ମୀର ପଣ୍ଡିତ ହତ୍ୟା ପରେ ଗଣ ବିକ୍ଷୋଭ ପୋଲିସ ର ଲାଠି ଚାର୍ଜ

କାଶ୍ମୀର ପଣ୍ଡିତ ରାହୁଲ ଭଟ ହତ୍ୟା ଘଟଣାରେ ନିଜର ସୁରକ୍ଷା ଦାବିରେ ବିକ୍ଷୋଭ କରିଛନ୍ତି କଶ୍ମୀରି ପଣ୍ଡିତ। ଗତକାଲି ଆତଙ୍କବାଦୀମାନେ ତହସିଲ ଅଫିସ୍‌ରେ ପଶି ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିବା ପରେ କାଶ୍ମୀର ଘାଟିରେ ଅଶାନ୍ତି ଲାଗି ରହିଛି। ମୃତକଙ୍କ ପରିବାର ଲୋକମାନେ ବୁଡଗାମ ଜିଲ୍ଲାପ୍ରଶାସନ ବିରୋଧରେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମଧ୍ୟ ନାରାବାଜୀ କରିଛନ୍ତି।
ଗୁରୁବାର ଆତଙ୍କବାଦୀମାନେ ବଡ଼ଗାମର ଚାଦୋରାଠାରେ ଥିବା ତହସିଲଦାରଙ୍କ ଅଫିସରେ ଧସେଇ ପଶିଥିଲେ। ଏହାପରେ ସେଠାରେ ଥିବା ୩୬ ବର୍ଷୀୟ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିଲେ। ସେ ଜଣେ କଶ୍ମୀର ପଣ୍ଡିତ ହୋଇଥିବାରୁ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି।
ରାହୁଲ କଶ୍ମୀର ପଣ୍ଡିତ ହୋଇଥିବା ବେଳେ ସ୍ୱତନ୍ତ୍ର ସଂରକ୍ଷଣ ନୀତିରେ ସେ ତହସିଲ ଅଫିସରେ ନିଯୁକ୍ତି ପାଇଥିଲେ। ଦୀର୍ଘ ୧୦ ବର୍ଷ ହେଲା ସେ କାମ କରୁଥିଲେ ହେଁ ଗତକାଲି ଏତେ ବଡ଼ ଅଘଟଣ ଘଟିଛି। ଗତ ମାସରେ ରାହୁଲଙ୍କୁ ମିଶାଇ ୩ ଜଣ କଶ୍ମୀରି ପଣ୍ଡିତଙ୍କୁ ଆତଙ୍କବାଦୀମାନେ ହତ୍ୟା କଲେଣି। ସେହିପରି ଆଉ ଦୁଇ ଗୁଳି ମାଡ଼ରେ ଆହତ ହୋଇଛନ୍ତି।

ଅକ୍ଟୋବର ମାସରୁ ହିଁ କଶ୍ମୀରି ପଣ୍ଡିତ ଓ କଶ୍ମୀର ଆସୁଥିବା ବାହାର ରାଜ୍ୟର ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ଅକ୍ଟୋବର ମାସରେ ୭ ଜଣ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏମାନଙ୍କ ମଧ୍ୟରେ ଜଣେ କଶ୍ମୀର ପଣ୍ଡିତ, ୨ ଜଣ ହିନ୍ଦୁ ପ୍ରବାସୀ ଓ ଜଣେ ଶିଖ ରହିଥିଲେ।