ସୁଖଦ ହେବ ଦାମ୍ପତ୍ୟ ଜୀବନ

ଅଙ୍କ ଜ୍ୟୋତିଷରେ ସଂଖ୍ୟାକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ । ସେହିପରି ସଂଖା ତିନିରେ ଦେବଙ୍କ ଗୁରୁ ଗ୍ରହ ବୃହସ୍ପତିଙ୍କ ଶାସନ ହୋଇଥାଏ । ଧନୁ ଓ ମୀନ ରାଶି ଲୋକଙ୍କ ଉପରେ ଏହାର ଶାସନ ମୁଖ୍ୟତଃ ଦେଖିବାକୁ ମିଳିଥାଏ । ତେବେ କୌଣସି ମାସର ୩,୧୨, ୨୧ ବା ୩୦ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ତିନି ହୋଇଥାଏ ।
ଜନ୍ମ ତାରିଖ ଅନୁସାରେ ଯେଉଁ ଜାତକର ମୂଳାଙ୍କ ୩, ସେମାନେ ଜୀବନରେ ଖୁବ୍‌ଶୀଘ୍ର କାମ କରିବା ଆରମ୍ଭ କରିଥାନ୍ତି । ଏମାନଙ୍କ ସ୍ୱଭାବ ନର୍ଭୟ ହୋଇଥାଏ । ଏହି ବ୍ୟକ୍ତିବିଶେଷ ଅନ୍ୟ କାହା ଅଧୀନରେ ରହିବାକୁ ପସନ୍ଦ କରି ନ ଥାନ୍ତି । ଏମାନେ ବହୁମୁଖୀ ହୋଇଥାନ୍ତି । ଉଚ୍ଚପଦରେ କାମ କରିବାକୁ ସକ୍ଷମ ହୋଇଥାନ୍ତି । ଏମାନେ ଷ୍ଟାଣ୍ଡଅପ୍ କମେଡିଆନ୍‌, ସେଫ୍‌, ଅଭିନେତା, ସଂଗୀତକାର ଓ ଯାତ୍ରା ଉଦ୍ୟୋଗରେ ଭଲ ପ୍ରଦର୍ଶନ କରିଥାନ୍ତି ।
ମୂଳାଙ୍କ ତିନିଙ୍କ ବ୍ୟକ୍ତିତ୍ୱ:

  • ସୃଜାନାତ୍ମକ ଓ ସନ୍ତୁଷ୍ଟ ସ୍ୱଭାବର ହୋଇଥାନ୍ତି ।
  • ସକାରାତ୍ମକ ଦୃଷ୍ଟିକୋଣ ରଖନ୍ତି ।
  • ଅନ୍ୟକୁ ଭଲ ପରାମର୍ଶ ଦିଅନ୍ତି ।
    ଭଲ ଜୀବନସାଥୀ ହୋଇଥାନ୍ତି:
  • ମୂଳାଙ୍କ ତିନି ବ୍ୟକ୍ତିବିଶେଷ ଭଲ ସାଥୀ ବନାଇଥାନ୍ତି ।
  • ନିଜ ସାଥୀକୁ ହତୋତ୍ସାହିତ କରି ନ ଥାନ୍ତି ।
  • ଏମାନଙ୍କ ମୂଳାଙ୍କ ୫,୬ ଓ ୯ ସହିତ ଭଲ ତାଳମେଳ ରହିଥାଏ ।