ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ହେଲା ମାର୍କେଟ ବିଲ୍ଡିଂ : ଉଠା ଦୋକାନୀଙ୍କ ଦୌରାତ୍ମ୍ୟ ପାଇଁ ନିଷ୍ପତ୍ତି ନେଲା ବ୍ୟବସାୟୀ ସଂଘ

ରାଜଧାନୀର ଲୋକପ୍ରିୟ ବଜାର ‘ମାର୍କେଟ ବିଲ୍ଡିଂ’କୁ ବ୍ୟବସାୟୀ ସଂଘ ମଙ୍ଗଳବାର ଅପରାହ୍‌ଣରେ ବନ୍ଦ କରି ଦେଇଛି। ଏଠାରେ ଜଣେ ବ୍ୟବସାୟୀଙ୍କ ଗାଡ଼ି ଭଙ୍ଗାରୁଜା ନେଇ ଉତ୍ତେଜନା ଦେଖାଯିବା ପରେ ସଂଘ ଏଭଳି ପଦକ୍ଷେପ ନେଇଛି। ସଂଘ ତରଫରୁ କୁହାଯାଇଛି ଯେ, ମାର୍କେଟ ବିଲ୍ଡିଂରେ ଦିନକୁ ଦିନ ଉଠାଦୋକାନୀଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ିି ଚାଲିଛି। ଉଠାଦୋକାନୀ ମାନଙ୍କ ପାଇଁ ବିଭିନ୍ନ ସମୟରେ ଅଘଟଣ ଘଟୁଛି। ଆଜିର ଅଘଟଣ ପରେ ସଂଘ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
ମାର୍କେଟ ବିଲ୍ଡିଂ ମଝିରେ ଥିବା ଫୁଟ ପାଥ ରାସ୍ତା ଉପରେ ଜୋର ଜବରଦସ୍ତ ବସି ଏହି ଉଠା ଦୋକାନୀ ବ୍ୟବସାୟ କରିବା ସହ ଅରାଜକତା ସୃଷ୍ଟି କରିଥିଲେ। ଆଜି ଜଣେ ବ୍ୟବସାୟୀଙ୍କ ଗାଡି ଭାଙ୍ଗିବା ସହ ଗାଳି ଗୁଲଜ କରିଥିଲେ ଜୈନେକ ଉଠାଦୋକାନୀ ମହିଳା। ତାକୁ କେନ୍ଦ୍ର କରି ଗଣ୍ଡୋଗଳ ହୋଉଥିଲା। ଘଟଣା ସ୍ଥଳରେ ବିଏମ୍‌ସି ଓ କ୍ୟାପିଟାଲ ଥାନା ପୁଲିସ ପହଞ୍ଚିଛନ୍ତି। ଆସନ୍ତାକାଲି ଦିନ ୧୧ଟା ସମୟରେ ବ୍ୟବସାୟୀ ସଂଘ, ବିଏମ୍‌ସି ଅଧିକାରୀ ଓ ପୁଲିସର ବୈଠକ ହେବ। ଏହା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ନିଷ୍ପତ୍ତି ହେବ।
ବୁଧବାର BMC ଅଧିକାରୀ ଓ କମିଶନର ପୁଲିସ ଓ ସଂଘ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରୁ କୌଣସି ବାଟ ବାହାରି ପାରେ। ଦୀର୍ଘଦିନ ଧରି ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ସଂଘ ବିରୋଧ କରିଆସୁଛି। ଉଠା ଦୋକାନୀ ମାର୍କେଟ ବିଲ୍ଡିଂରେ ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।

Comments (0)
Add Comment