ମାଓ ଯୋଜନା ପଣ୍ଡ : ଅଫୁଟା ଟିଫିନ ବୋମା କଲଭର୍ଟ ତଳୁ ଉଦ୍ଧାର କଲେ ଯବାନ

ପଞ୍ଚାୟତ ନିର୍ବାଚନ ନ କରାଇଦେବା ପାଇଁ ମାଓବାଦୀଙ୍କ ଯୋଜନା ପଣ୍ଡ ହୋଇଛି । ରାୟଗଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା। ରାୟଗଡା ଜିଲ୍ଲା ନିୟମଗିରି ପାରସାଲୀ ଅଞ୍ଚଳରୁ ଏକ କଲଭର୍ଟ ତଳୁ ଟିଫିନ ବୋମା ଉଦ୍ଧାର କରିଛି ରାଡୟଗଡା ପୋଲିସ। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍ଟ୍ରିୟ କରିଛି।
କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ପୋଲିସ ଓ ସିଆରପିଏଫର କମ୍ଵିଂ ଅପରେସନ ବେଳେ ଏହି ଟିଫିନ୍ ବୋମାକୁ ଉଦ୍ଧାର କରିଛନ୍ତି। ଯବାନଙ୍କୁ ଟର୍ଗେଟ୍ କରି ମାଓବାଦୀମାନେ ଏହି ଟିଫିନ୍ ବୋମା ଖଞ୍ଜିଥିବା ଅନୁମାନ କରାଯାଉଛି। ତେବେ ଏକ ବଡ଼ ଧରଣର ବିପଦ ଟଳି ଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ନିୟମଗିରି ଅଂଚଳରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି I ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ଏହି ବୋମା ଖଞ୍ଜି ଥିବା ଜଣାପଡିଛି ।ଘଟଣାସ୍ଥଳରେ ଅପରେସନ ଜୋରଦାର କରାଯିବା ସହ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।