ମାଓବାଦୀ ଙ୍କ ବର୍ବର କାଣ୍ଡ : ପୁଣି ଜଣକୁ କଲେ ହତ୍ୟା

କନ୍ଧମାଳ ରେ ମାଓବାଦୀଙ୍କ ବର୍ବର କାଣ୍ଡ I ହତ୍ୟା କରିଥିବା ଅଭିଯୋଗ ହୋଇଛି। କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକର ଗୁମୁ ଗ୍ରାମରେ ଜଣେ ଯୁବକ ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି I ପୁଲିସ ଇନଫର୍ମର ସନ୍ଦେହରରେ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ଭୋଟ ବର୍ଜନ ପାଇଁ ପୋଷ୍ଟର ଓ ବ୍ୟାନର ମାରିଥିଲେ ମାଓବାଦୀ । ଏପିରିକି କିଛି ମାସ ତଳେ ଭଣ୍ଡରଙ୍ଗି ପଞ୍ଚାୟତର ଦୁଇ ଯୁବକଙ୍କୁ ଡାକି ନେଇ ହତ୍ୟା କରିଥିଲେ । ଭଣ୍ଡରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଭବାନୀ ଶଙ୍କର ପାତ୍ର ଓ ଗୁଛାଗୁଡା ଗାଁର ହେମନ୍ତ ପାତ୍ରଙ୍କୁ ପୋଲିସ ଇନ୍‌ଫରମର ସନ୍ଦେ କରି ହତ୍ୟା କରିଥିଲେ ମାଓବାଦୀ I କିଛି ଦିନ ଚୁପ ବସିଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ଭୟ ର ବାତାବରଣ ଖେଳାଇଛନ୍ତି I ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତ ଅଞ୍ଚଳରେ ଯୁବକ ଙ୍କୁ ଘରୁ ଡ଼ାକିନେଇ ନିର୍ମମ ଭାବରେ ଗଳା କାଟି ଗାଁ ଦାଣ୍ଡରେ ଫୋପାଡ଼ି ଦେଇ ଯାଇଛନ୍ତି ମୃତକ ହେଲେ ସେହି ଗାଁର ଅଖିଳ ମାଝୀ Iତୁମୁଡ଼ିବନ୍ଧ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।