ମନୋରମା ହୋଟେଲ୍ ମାଲିକ ହତ୍ୟା ମାମଲା; ଅଭିଯୁକ୍ତକୁ ପୁରୀ ପୁଲିସର ଏନକାଉଣ୍ଟର

ପୁରୀ: ବଳିଆପଣ୍ଡା ଅଞ୍ଚଳର ‘ମନୋରମା’ ହୋଟେଲର ମାଲିକକୁ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ହେଲେ ପବିତ୍ର ନାୟକ। ହୋଟେଲ ମାଲିକ ପବିତ୍ର ନାୟକଙ୍କ ହତ୍ୟା ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁରୀ ପୁଲିସ। ଅଭିଯୁକ୍ତ ହେଉଛନ୍ତି ଚନ୍ଦନ କୁମାର ପଲାର। ଅଭିଯୁକ୍ତଙ୍କ ବାମ ଗୋଡ଼଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଚିନ୍ମୟ ପଲାର ସହିତ ଅନ୍ୟ ଜଣେ ଫେରାର ହୋଇଥିବା ଜଣାପଡିଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଥାଉ କି, ଗତକାଲି ବିଳମ୍ବିତ ରାତିରେ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳର ସ୍ଥାନୀୟ ମନୋରମା ହୋଟେଲର ମାଲିକ ପବିତ୍ର ନାୟକଙ୍କୁ କେତେକ ଦୁର୍ବୁତ୍ତ ଛୁରୀ ମାରି ହତ୍ୟା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ଏବଂ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା । ବଳିଆପଣ୍ଡା ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।