ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହା

ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାଣିକ ଶାହା । ରାଜଭବନରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ରାୟ ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି । ତ୍ରିପୁରାରେ ଦଳ ମଧ୍ୟରେ ଶୃଙ୍ଖଳା ଓ ବିରୋଧୀଙ୍କୁ ଜବାବ ଦେବାକୁ ବିଜେପି ଏପରି ଏକ ପଦକ୍ଷେପ ନେଇଥିବା କୁହାଯାଉଛି । ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଇସ୍ତଫା ଦେବା ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଦଳ ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ଅତୀତରେ ବିଜେପି ଏପରି ପଦକ୍ଷେପ ଅନେକଥର ନେଇଥିବା ଦେଖିବରାକୁ ମିଳିଛି । ଗୁଜୁରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ବିଜେପି ବାରମ୍ବାର ମୁଖ୍ୟମନ୍ତ୍ରୀ ବଦଳାଇଥିବା ଦେଖିବାକୁ ମିଳିଛି ।

ଶନିବାର ବିପଳ୍ପ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମାଣିକ ସାହାଙ୍କୁ ବିଧାୟକ ଦଳ ନିର୍ବାଚିତ କରାଯାଇଥିଲା। ତା’ପରେ ସେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରି ଥିଲେ। ବିଧାୟକ ଦଳ ବୈଠକରେ ବିପ୍ଳବ କୁମାର ଦେବ ହିଁ ମାଣିକ ସାହାଙ୍କ ନାମ ପ୍ରସ୍ତାବ ରଖିଥିଲେ। କୁହାଯାଉଛି, ବିପ୍ଳବ କୁମାର ଦେବଙ୍କୁ ବିଜେପି ରାଜ୍ୟ ସଭାପତି କରିବ।