ମାନସ ସ୍ୱାଇଁ ହତ୍ୟା ମାମଲା : ନିରଞ୍ଜନ ସେଠୀ ସତ ମାନିଲେ

ବହୁ ଚର୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ଅବସରପ୍ରାପ୍ତ ଓଆଇଏସ ନିରଞ୍ଜନ ସେଠୀ ସତ ମାନିଛନ୍ତି I ଆଜି ରିମାଣ୍ଡ ଅବଧି ସରୁଥିବାବେଳେ ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଜେରା ବେଳେ କ୍ରାଇମବ୍ରାଞ୍ଚକୁ ନିରଞ୍ଜନ କହିଛନ୍ତି ଯେ ସେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫେରାର କରାଇଥିଲେ। ଫେରାର ହେବା ପାଇଁ ସେ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ସହିତ ଗାଡ଼ି ଯୋଗାଇ ଦେଇଥିଲେ। ଏହା ପରେ ଶର୍ମିଷ୍ଠା ପ୍ରଥମେ ଯାଜପୁରର କାଳିଆପାଣି ସ୍ଥିତ ତାଙ୍କ ଶାଶୁ ଘରକୁ ପଳାଇ ଯାଇଥିଲେ। ତେବେ ଆଜି ଶର୍ମିଷ୍ଠାଙ୍କ ଘର ଛାନ୍‌ଭିନ୍‌ କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚକୁ ମିଳିଛି ନିରଞ୍ଜନ ସେଠୀଙ୍କ ଡାଏରୀ । ଯେଉଁଥିରେ ରହିଛି ମାନସଙ୍କ ହତ୍ୟା ସଂପର୍କିତ ତଥ୍ୟ ରହିଛି । ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଅପରପକ୍ଷରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ଫେବୃଆରୀ ୭ ସନ୍ଧ୍ୟାରେ ସମ୍ପୂର୍ଣ୍ଣ ଅଫିସ ଆସିଥିଲେ ନିରଞ୍ଜନ। ସେତେବେଳେ ଶର୍ମିଷ୍ଠା, ଝୁନା, ଝୁନାର ସ୍ବାମୀ, ରାଜ୍‌ ସେଠାରେ ଥିଲେ। ଜଣେ କମ୍ପ୍ୟୁଟର ଅପରେଟର ଏବଂ ଶର୍ମିଷ୍ଠାର ଭାଉଜ ମଧ୍ୟ ଉପସ୍ଥିତ ଥିଲେ। ଦୟାଲ ଆଶ୍ରମରୁ ମାନସଙ୍କୁ ସମ୍ପୂର୍ଣ୍ଣ ଅଫିସକୁ ଅଣାଯାଇଥିଲା। ସେଠାରେ ନିରଞ୍ଜନ ମଧ୍ୟ ମାନସକୁ ପିଟିଥିଲେ। ରାତି ୧୦ଟା ବେଳକୁ ନିରଞ୍ଜନ ସମ୍ପୂର୍ଣ୍ଣ ଅଫିସରୁ ଚାଲିଯାଇଥିଲେ।
ଆଜି ରିମାଣ୍ଡର ପଞ୍ଚମ ଦିନରେ ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍‌ ଅଫିସର ନିରଞ୍ଜନ ସେଠୀ ଜେରା ବେଳେ କ୍ରାଇମବ୍ରାଞ୍ଚକୁ କହିଛନ୍ତି ଯେ ସେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫେରାର କରାଇଥିଲେ। ଫେରାର ହେବା ପାଇଁ ସେ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ସହିତ ଗାଡ଼ି ଯୋଗାଇ ଦେଇଥିଲେ। ଏହା ପରେ ଶର୍ମିଷ୍ଠା ପ୍ରଥମେ ଯାଜପୁରର କାଳିଆପାଣି ସ୍ଥିତ ତାଙ୍କ ଶାଶୁ ଘରକୁ ପଳାଇ ଯାଇଥିଲେ।

ଆଜି ରିମାଣ୍ଡର ପଞ୍ଚମ ଦିନରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ସଂପୂର୍ଣ୍ଣ ଅଫିସ୍‌କୁ ନେଇ ଯାଇଥିଲେ। ସେଠାରେ ଫେବ୍ରୁଆରୀ ୭ ତାରିଖରେ କ’ଣ ସବୁ ଘଟିଥିଲା ତା’ର ଡେମୋ ଦେଖାଇଥିଲେ ଶର୍ମିଷ୍ଠା ଓ ନିରଞ୍ଜନ। ଏହା ସହିତ ଶର୍ମିଷ୍ଠାଙ୍କୁ ସଂପୂର୍ଣ୍ଣ ଅଫିସ୍‌ ପାଖରେ ଥିବା ତାଙ୍କର ଭଡ଼ା ଘରକୁ ନିଆଯାଇଥିଲା। ସେହି ଘରେ ସେ ତାଙ୍କ ମୋବାଇଲ ଛାଡ଼ିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ସେହି ଘରୁ ଶର୍ମିଷ୍ଠାଙ୍କ ମୋବାଇଲଟିକୁ ଜବତ କରାଯାଇଛି।