ମମିତା ହତ୍ୟା ମାମଲାର ତଦନ୍ତର କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍

ମମିତା ହାତ୍ୟା ମାମଲାରେ ଯେଉଁ ତଦନ୍ତ ହେଉଛି ତାହାର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁ । ଏନେଇ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ଏହାପୂର୍ବରୁ ମମିତା ମୃତ୍ୟୁ ମାମଲାର ତଦନ୍ତର ଅନୁଧ୍ୟାନ ଅବସରପ୍ରାପ୍ତ ଜିଲ୍ଲା ଜଜ କିମ୍ବା ହାଇକୋର୍ଟର କୌଣସି ଜଜ୍ କରନ୍ତୁ ବୋଲି ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଆଉ ମାନ୍ୟବାର ହାଇକୋର୍ଟ ମମିତା ମୃତ୍ୟୁ ମାମଲାର ଗୁରୁତ୍ୱ ବୁଝିବା ସହ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁଙ୍କୁ ଏହି ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।

ମମିତା ମୃତ୍ୟୁ ମାମଲାରେ ହେଉଥିବା ତଦନ୍ତକୁ ନେଇ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଇଥିଲେ । ତଦନ୍ତରେ ନିରପେକ୍ଷତା ଉପରେ ବିରୋଧୀଙ୍କ ପ୍ରଶ୍ନବାଣ ପରେ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ତଦନ୍ତରେ ପାରଦର୍ଶିତା ଓ ନିରପେକ୍ଷତା ରଖିବାକୁ ମାନବ୍ୟର କୋର୍ଟ ଜଣେ ବିଚାରପତିଙ୍କୁ ତଦନ୍ତର ଅନୁଧ୍ୟାନ କରିବାକୁ ଦାୟିତ୍ୱ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଥିଲେ । ଆଉ ଆଜି ଅବସରପ୍ରାପ୍ତ ଜଷ୍ଟିସ ଏ.ବି.ଏସ ନାଇଡୁଙ୍କୁ ତଦନ୍ତର ଅନୁଧ୍ୟାନ ପାଇଁ ଦାୟିତ୍ୱ ଦେଇଛନ୍ତି ହାଇକୋର୍ଟ । ଏହାଦ୍ୱାରା ବିରୋଧୀ ତଦନ୍ତକୁ ନେଇ ଯେଉଁଭଳି ପ୍ରଶ୍ନ ଉଠାଉଥିଲେ ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି ।

ସୂଚନା ଅନୁସାରେ ଗତ ଅକ୍ଟୋବର ମାସ ୮ ତାରିଖରେ ମହାଲିଙ୍ଗ ସନ ସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଙ୍କୁ ସ୍କୁଲ ଯିବା ରାସ୍ତାରୁ ଅପହରଣ କରାଯାଇଥିଲା ଓ ପରେ ତାଙ୍କୁ ତଂଟି ଚିପି ହତ୍ୟା କରି ପୋଡି ଦିଆଯାଇଥିଲା I ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ ଥିଲେ ସେ ସ୍କୁଲ ର ଉପଦେଷ୍ଟା କମିଟି ର ଅଧକ୍ଷ ଗୋବିନ୍ଦ ସାହୁ I ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ଜେସିବି ଡ୍ରାଇଭର ରାଧେ ବର୍ତ୍ତମାନ ଗିରଫ ହୋଇ ଜେଲ ରେ ଅଛନ୍ତି ଇ ଏହି ମାମଲାରେ ଅନ୍ୟ ୧୫ ଜଣ ଙ୍କ ନା ରେ ଚାର୍ଜସିଟ ପ୍ରସ୍ତୁତ କରାଯାଇଛି I ତେବେ ଏହି ସମ୍ବେଦନ ସିଲ ଘଟଣାରେ ଶାସକ ଦଳ ର ସ୍ଥାନୀୟ ମନ୍ତ୍ରୀ ଙ୍କ ସମ୍ପୃକ୍ତି କୁ ନେଇ ବିରୋଧୀ ଦଳ ମାନେ ବାରମ୍ବାର ଆକ୍ଷେପ କରି ଆସୁଛନ୍ତି ଇ ସେଥୁପାଇଁ ଗତ ଦୁଇ ମାସ ଧରି ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି I

Comments (0)
Add Comment