ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମିତାଙ୍କ ପରିବାର

ବହୁ ଚର୍ଚ୍ଚିତ ମହାଲିଙ୍ଗ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତଦନ୍ତ ଶେଷ କରିବାକୁ ଆବେଦନ କରାଯାଇଛି । କୋର୍ଟଙ୍କୁ ଅପିଲ କରି ବିଭିନ୍ନ ବିଭାଗର ମୁଖ୍ୟ ତଥା ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିବାକୁ ଅପିଲ କରିଛନ୍ତି ମମିତାଙ୍କ ପରିବାର । ଆବେଦନ ପତ୍ରରେ ଗୃହ ସଚିବ, ପୋଲିସ ଡିଜିପି ପକ୍ଷଭୁକ୍ତ କରିବାକୁ ଆବେଦନ କରିଛନ୍ତି । ଏହା ସହିତ କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବେଦନ ପତ୍ର ମାଧ୍ୟମରେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ମମିତା ମେହେରଙ୍କ ପରିବାର । କେବଳ ସେତିକି ନୁହେଁ ସିନ୍ଧେଇକେଲା IICଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ମମିତାଙ୍କ ପରିବାର ଲୋକେ ଅପିଲ କରିଛନ୍ତି ।
ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା ସଭାପତି ଗୋବିନ୍ଦ ସାହୁ ର ସମସ୍ତ ଅନୈତିକ ସମ୍ପର୍କର ଗୁମର ଜାଣି ଯାଇଥିଲେ ସେହି ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷୟିତ୍ରୀ ମମିତା ମେହେର। ସେଥିପାଇଁ ତାଙ୍କୁ ଅନେକ ସମୟରେ ବୁଝା ସୁଝା ଓ ପରେ ଧମକଚମକ ବି ଦିଆଯାଉଥିଲା I କିନ୍ତୁ ଫଳ କିଛି ନ ମିଳିବାରୁ ଶେଷରେ ମମିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଗୋବିନ୍ଦ ଇ ଏଥିପାଇଁ ମମିତାଙ୍କୁ ଗତ ଅକ୍ଟୋବର ୮ ରେ ସ୍କୁଲରେ ମିଟିଂ ଅଛି ବୋଲି କହି ଘରୁ ଡ଼କାଇଥିଲା ଗୋବିନ୍ଦ । ଯୋଜନା ମୁତାବିକ ବାଟରୁ ଅପହରଣ କରି ହତ୍ୟା କରିଥିଲା ଗୋବିନ୍ଦ ଇ ଏବଂ ନିଜ ସହଯୋଗୀ ଙ୍କ ସହାୟତାରେ ସ୍କୁଲ ପରିସର ଷ୍ଟାଡିୟମରେ ପୋଡିଦେଇ ମାଟି ତଳେ ପୋତି ଦେଇଥିଲା ଇ ଶେଷରେ ମମିତା ହତ୍ୟା ମାମଲାରେ ପୁଲିସ ଗୋବିନ୍ଦ ଓ ତା’ ସହଯୋଗୀ ରାଧେକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Comments (0)
Add Comment