ମମିତା ହତ୍ୟା ମାମଲା, ‘ବିରୋଧୀ ଅଯଥାରେ ଘଟଣାର ରାଜନୀତିକରଣ କରୁଛନ୍ତି’: ପ୍ରତାପ ଦେବ

ମମିତା ହତ୍ୟା ମାମଲାକୁ ନେଇ ରାଜନୀତି ଦିନକୁ ଦିନ ଉଷ୍ମ ହେଉଛି I ବିରୋଧୀ ଙ୍କ ମୁଖ୍ୟ ଟାର୍ଗେଟ ଅଭିଯୁକ୍ତ ଗୋବିନ୍ଦ ସାହୁ ଅପେକ୍ଷା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏ ପରିକି ବିରୋଧୀ ଦାବି କରିଛନ୍ତି ବିବାଦୀୟ ମନ୍ତ୍ରୀଙ୍କୁ ଯଦି ମୁଖ୍ୟମନ୍ତ୍ରୀ ବହିଷ୍କାର ନ କରୁଛନ୍ତି ତେବେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ I କାରଣ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ଦିବ୍ୟଶଙ୍କର ମିଶ୍ର ଙ୍କର ସମ୍ପୃକ୍ତି ରହିଛି I

ଅପରପକ୍ଷେ, ଘଟଣା ଘଟିବା ପରଠୁ ନୀରବତା ଅବଲମ୍ବନ କରି ଆସିଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗତକାଲି ସିଧାସଳଖ ପ୍ରେସ କୁ ସାମ୍ନା ନକରି ପ୍ରେସ ମିଟ ଜରିଆରେ ଏକ ବିବୃତି ଜାରି କରି ନିଜ ପକ୍ଷ ରଖିଛନ୍ତି। ତାଙ୍କ ବିରୋଧରେ କୌଣସି ପ୍ରମାଣ ଥିଲେ ଥାନା ବା କୋର୍ଟ ଯିବାକୁ ସଫା ସଫା ମନ୍ତ୍ରୀ କହିଦେଇଥିବା ବେଳେ,ଯଦି ସେ ଦୋଷୀ ପ୍ରମାଣିତ ହୁଅନ୍ତି ସେବେ ସବୁଦିନପାଇଁ ରାଜନୀତିରୁ ସାନ୍ୟାସ ନେବେ ବୋଲି କହିଥିଲେ I

ତେବେ ଏନେଇ ଆଜି ଏକ ପ୍ରେସ୍‌ମିଟ୍‌ କରିଛି ବିଜେଡି। ଏଥିରେ ବିଧାୟକ ପ୍ରତାପ ଦେବ କହିଛନ୍ତି, ନବୀନ ପଟ୍ଟନାୟକ କାହାର ନୁହନ୍ତି ବୋଲି ହଜାରେ ଥର ପ୍ରମାଣ ଦେଇଛନ୍ତି। ଯେତେବେଳେ କାହା ଉପରେ ଆରୋପ ଆସେ, ସେ କନଭିନ୍ସ ହୁଅନ୍ତି, ତୁରନ୍ତ ତାଙ୍କୁ ଡ୍ରପ୍ କରନ୍ତି। ଓଡ଼ିଶାରେ ସମସ୍ତେ ଜାଣନ୍ତି ନବୀନ ପଟ୍ଟନାୟକ କ’ଣ। ମୁଖ୍ୟମନ୍ତ୍ରୀ ଏହି ଘଟଣା ବିଷୟରେ କ୍ୟାଟାଗୋରିକାଲି ଭେରି କ୍ଲିୟର। ୨୦ ବର୍ଷରେ ନବୀନଙ୍କୁ କେତେ ପରୀକ୍ଷା କରିଛନ୍ତି, ଆଉ ଥରେ ପରୀକ୍ଷା ହେବ। ତେବେ ବିରୋଧୀ ବ୍ୟସ୍ତ ହୁଅନ୍ତୁନି ,ଯଦି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ନେଇ ପ୍ରକୃତରେ କିଛି ତଥ୍ୟ ବିରୋଧୀଙ୍କ ନିକଟରେ ଅଛି କୋର୍ଟ ଓ ପୁଲିସରେ ଦିଅନ୍ତୁ। ଅଯଥାରେ ସେମାନେ ଘଟଣାର ରାଜନୀତିକରଣ କରୁଛନ୍ତି। ବିରୋଧୀ ଆମକୁ ନୈତିକତା ପଢ଼ାନ୍ତୁନି, ସିବିଆଇ କଥା ନ କହିଲେ ଭଲ।
ଅପରପକ୍ଷେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଏକ ପ୍ରେସ୍‌ ବିବୃତ୍ତି ଜରିଆରେ କହିଛନ୍ତି ମିଥ୍ୟା ଆଧାରରେ ଯେଉଁ ଗଣମାଧ୍ୟମ ତାଙ୍କ ଚରିତ୍ର ସଂହାର କରିଛନ୍ତି ତାହାକୁ ନେଇ ତାଙ୍କ ପରିବାର ମାନହାନି ମକଦ୍ଦମା କରିଛନ୍ତି। ଦୁଇଟି ଟିଭି ଚାନେଲ ସହିତ ଗୋଟିଏ ୱେବ ପୋର୍ଟାଲ ନାଁରେ ଏହି ମାମଲା ରୁଜୁ ହୋଇଛି।

Comments (0)
Add Comment