ମମିତା ମେହେର୍ ହତ୍ୟା ମାମଲା :ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ଦାୟର

ହାଇକୋର୍ଟରେ ପହଞ୍ଚିଲା ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର୍ ହତ୍ୟା ମାମଲା । ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର୍ ହୋଇଛି । ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ସିବିଆଇ ତଦନ୍ତ ଦାବି କରାଯାଇଛି । ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପକ୍ଷଭୁକ୍ତ ହୋଇଛି ।

ଯେହେତୁ ଏହି ଘଟଣାରେ ବହୁ ପ୍ରଭାବଶାଳୀ ଲୋକ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଉଛି, ତେଣୁ ରାଜ୍ୟ ପୋଲିସ ଏ ବାବଦରେ ନିରପେକ୍ଷ ତଦନ୍ତ କରିପାରିବା କଷ୍ଟକର ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏହାସହ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ନେଇ ପୋଲିସ ବାରାକରେ ରଖିବା ଓ ସେଠାରୁ ସେ ରହସ୍ୟଜନକ ଭାବେ ଫେରାର ହେଇଯିବା ଘଟଣା ପୋଲିସର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବୋଲି ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଛନ୍ତି । ଏହାସହ ଏ ନେଇ ପୋଲିସର ଭୂମିକା ବାବଦରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ । ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି, ସାରା ରାଜ୍ୟକୁ ହୁଲସ୍ତୁଲ କରିଛି ଏହି ଘଟଣା ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଇ ଅନ୍ୟପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଙ୍କ ସହିତ ବିବାଦୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୟୁରଭଞ୍ଜ ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କରିବେ ବୋଲି ଜଣା ପଡିଛି I

Comments (0)
Add Comment