ନବୀନଙ୍କୁ ଭେଟିବେ ମମତା !

ଓଡିଶା ଗସ୍ତରେ ଆସିବେ ମମତା । ଆଜିଠାରୁ ତିନିଦିନ ଯାଏ ମମତା ବାନାର୍ଜି ସେ ଗସ୍ତରେ ରହିବେ । ଏହି ଅବସରରେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ମମତାଙ୍କ କୌଳିକ ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ବରିଷ୍ଠ ଦଇତାପତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ସୋମବାର ସୂଚନା ଦେଇ କହିଛନ୍ତି, ମମତା ୨୧ ତାରିଖରେ ମମତା ଭୁବନେଶ୍ୱରରେ ପହଞ୍ଚତ୍ୱେ । ୨୨ ତାରିଖ ଅପରାହ୍ନରେ ସେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ସେହିପରି ପୁରୀ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ସରକାରଙ୍କର ଏକ ଗେଷ୍ଟ ହାଉସ ନିର୍ମାଣ ଲାଗି ଜମି ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର କହିଛନ୍ତି । ମମତା ଉକ୍ତ ଜମି ଦେଖି ତର୍ଜମା କରିବେ ବୋଲି ଜଣାପଡ଼ିଛି । ଏ ନେଇ ୨୨ ତାରିଖ ଅପରାହ୍ନ ୩ଟାରେ ହେବାକୁ ଥିବା ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନ ୪ଟାରେ ମମତା ଶ୍ରୀମନ୍ଦିର ଯିବେ ।

ସେଠାରେ ସେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ । ଶ୍ରୀମନ୍ଦିର ପରିସରରେ ପ୍ରାୟ ୧ଘଣ୍ଟା ରହିବେ । ସେହିପରି ୨୩ ତାରିଖରେ ସେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।