କଲକାତା: ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଏଜେନି୍ସ ଦୁରୁପଯୋଗ ପଛରେ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପିର କେତେ ନେତା ନିଜର ସ୍ୱାର୍ଥ ପାଇଁ କେନ୍ଦ୍ରୀୟ ଏଜେନି୍ସକୁ ଦୁରୁପଯୋଗ କରୁଥିବାର ଏମିତି କହିଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ରୀୟ ଏଜେନି୍ସର ଅତ୍ୟଧିକ ଉପଯୋଗ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ଏକ ପ୍ରସ୍ତାବ ଗୃହିତ ହୋଇଛି । କେନ୍ଦ୍ରୀୟ ଏଜେନି୍ସର ଅତ୍ୟଧିକ ଉପଯୋଗକୁ ବନ୍ଦ କରିବା ଲାଗି ମମତା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ମମତା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ବିଜେପି ଦଳୀୟ ସ୍ୱାର୍ଥ ମିଶାଯିବା ଉଚିତ ନୁହେଁ । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିଜେପି ବିରୋଧ କରିଥିଲା । ବିରୋଧି ଦଳ ନେତା ଶୁଭେନ୍ଧୁ ଅଧିକାରୀ କହିଥିଲେ ସିବିଆଇ ଓ ଇଡି ବିରୋଧରେ ପ୍ରସ୍ତାବ ବିଧାନସଭା ନୀତି ଓ ନୀୟମର ପରିପନ୍ଥୀ । ପ୍ରସ୍ତାବ ସପକ୍ଷରେ ୧୮୯ ଭୋଟ ପଡିଥିବାବେଳେ ବିରୋଧରେ ୬୯ଟି ଭୋଟ ପଡିଥିଲା ।