ନର ପିଶାଚ :ସ୍ତ୍ରୀକୁ ଜିଅନ୍ତା ପୋଡ଼ି ମାରିଦେଲା ସ୍ୱାମୀ

କୁଚିଣ୍ଡା : ପାରିବାରିକ କଳହର ଭୟଙ୍କର ପରିଣତି I ନର ପିଶାଚ ସ୍ୱାମୀ ସ୍ତ୍ରୀ କୁ କିରୋସିନି ଢାଳି ଜିଅନ୍ତା ପୋଡି ମାରିଦେଲା I ଘଟଣା କଂଘାଟିଛି କୁଚିଣ୍ଡାର ମହୁଲପାଲି ଥାନା ଫଟାଟାଙ୍ଗର ଗାଁରେ I ପରିବାରରେ କୌଣସି କାରଣକୁ ନେଇ ଗାଁର ରଘୁରାଜ ରଣା ଓ ତାଙ୍କ ସ୍ତ୍ରୀ ଲିଲିମା ରଣାଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ପରେ ଲିଲିମା ରାଗିକି ନିଜ ବାପାଙ୍କ ଘରକୁ ଚାଲି ଯାଇଥିଲେ । କିନ୍ତୁ ତାଙ୍କ ବାପା ବୁଝାଇ ସୁଝାଇ ଝିଅକୁ ରାତି ୧୧ଟାରେ ଆଣି ସ୍ୱାମୀ ପାଖେ ଛାଡିଥିଲେ ।

ସେପଟେ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ନେଇ ଗୋଟିଏ କୋଠରୀରେ ଭର୍ତ୍ତି କରିଦେଇଥିଲେ । ସେଠାରେ କିରୋସିନି ଢାଳି ଜାଳିଦେଇଥିଲା । ଲିଲିମାଙ୍କ ଚିତ୍କାର ଶୁଣି ପଡୋଶୀଲୋକେ ଦୌଡି ଆସିଥିଲେ । ଘର କବାଟ ଖୋଲି ଲିଲିମାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗ୍ରାମବାସୀ ସ୍ୱାମୀ ରଘୁରାଜ ରଣାକୁ ଧରି ପୋଲିସର ଜିମା ଦେଇଛନ୍ତି । ଏବେ ଯାଏଁ ଘଟଣାପଛରେ ପ୍ରକୃତ କାରଣ ଜଣାପଡିନାହିଁ ।