ଘରେ ଏହି ୪ ଟି ପରିବର୍ତ୍ତନ କରନ୍ତୁ ,ଆର୍ଥିକ ସଙ୍କଟ ହେବ ଦୂର, ପରିବାରରେ ମିଳିବ ଆଶୀର୍ବାଦ

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଜିନିଷରେ ସକରାତ୍ମକ ବା ନକାରାତ୍ମକ ଶକ୍ତି ଥାଏ I ଏହି ଶକ୍ତି ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ I ଅନେକ ଥର, ସମସ୍ତ ଚେଷ୍ଟା ସତ୍ତ୍ୱେ ଘରେ ସୁଖ ଶାନ୍ତି ରହେନାହିଁ I ଏହା ବ୍ୟତୀତ, କଠିନ ପରିଶ୍ରମ କରିବା ପରେ ମଧ୍ୟ ପରିବାରରେ କୌଣସି ଆର୍ଥିକ ପରିସ୍ଥିତି ସୁଧୁରି ନ ଥାଏ I ପରିବାର ସଦସ୍ୟଙ୍କ ମନୋମାଳିନ୍ୟ ଝଗଡା ଝାଟି ଲାଗିଥାଏ I ବାସ୍ତବରେ ବାସ୍ତୁ ଜନିତ ତ୍ରୁଟି ହେତୁ ଏହି ସବୁ ଘଟି ଥାଏ I ବାସ୍ତୁ ଜନିତ ତ୍ରୁଟିରୁ ମୁକ୍ତି ପାଇବା ପାଇଁ ଘରେ କେଉଁ ପରିବର୍ତ୍ତନ କରାଯିବା ଉଚିତ ଆସନ୍ତୁ ଜାଣିବା :
ଠାକୁର ଘର :
ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଭିତରେ ଠାକୁର ଘର ପାଇଁ ସର୍ବୋତ୍ତମ ଦିଗ ହେଉଛି ଉତ୍ତର-ପୂର୍ବ। ଏହାର କାରଣ ହେଉଛି ଉତ୍ତର-ପୂର୍ବ ଦିଗରେ ଦେବତାମାନଙ୍କର ସିଧାସଳଖ ସଂଯୋଗ ଅଛି I ଏଭଳି ପରିସ୍ଥିତିରେ ଘରର ଠାକୁର ଙ୍କ ପାଇଁ ଆସ୍ଥାନ ଐଶାନ୍ୟ ବା ପୂର୍ବ ଦିଗରେ କଲେ ଉତ୍ତମ ହୋଇଥାଏ I

ଘଣ୍ଟା କେଉଁଠି ଟାଙ୍ଗିବେ :
ଘଣ୍ଟା ସମୟ କହିଥାଏ I ଘରେ ଘଣ୍ଟା ରହିବ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ I କିନ୍ତୁ ଘରେ ଘଣ୍ଟା କେଉଁଠି ଟାଙ୍ଗିବେ ,ବାସ୍ତୁ ଶାସ୍ତ୍ରରେ ଏହାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି I ଯଦି ଏହାକୁ ସଠିକ୍ ଦିଗରେ ରଖାଯାଏ ନାହିଁ, ତେବେ ଏଥିରୁ ଆସିଥିବା ବାସ୍ତୁ ତ୍ରୁଟି ଘରର ଆର୍ଥିକ କ୍ଷତି ଘଟାଇଥାଏ I ଘଣ୍ଟା କୁ କେବେ ମଧ୍ୟ ଘରର ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଟାଂଗନ୍ତୁ ନାହିଁ I ଘଣ୍ଟାକୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗରେ ରଖନ୍ତୁ I

ତୁଳସୀ ଗଛ
ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବିଶେଷ ମହତ୍ତ୍ୱ ଦିଆଯାଇଛି ଵିଵାସ୍ତୁ ଶାସ୍ତ୍ର ଅନୁସାରେ ଘରେ ତୁଳସୀ ଗଛ କୁ ଅଗଣାରେ ଐଶାନ୍ୟ ବା ପୂର୍ବ ଲଗାଯିବା ଉଚିତ୍। ଏପରି କଲେ ଘରର ଆର୍ଥିକ ସଙ୍କଟ ଦୂର ହୋଇ ପରିବାରରେ ସୁଖ ସମୃଦ୍ଧି ଆସିଥାଏ I

ଘର ପୋଛା ସମୟରେ
ବାସ୍ତୁ ଶାସ୍ତ୍ର ଅନୁସାରେ ଘର ପୋଛିବା ସମୟରେ ସମୁଦ୍ର ଲୁଣ (ମୋଟା ଲୁଣ) ଅଳ୍ପ ଟିକିଏ ପାଣିରେ ମିଶାଇ ପୋଛା ମାରିଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ I ଏହା କରିବା ଦ୍ୱାରା ଭାଗ୍ୟର ବନ୍ଦ ଦ୍ୱାର ଖୋଲାଯାଏ ଏବଂ ପରିବାର ରେ ଖୁସି ମାହୋଲ ଆସିଥାଏ I