୨୦୪୭ ସୁଦ୍ଧା ଦେଶକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରାନ୍ତୁ

ପୁରୀ: ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ଦିନରେ ଶ୍ରୀଜିଉଙ୍କ ଦର୍ଶନ ସାରି ପେଣ୍ଠକଟାଠାରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଶିକ୍ଷାର୍ଥୀଙ୍କୁ ପଞ୍ଚସୂତ୍ରୀ ଶପଥ ପାଠ କରାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଚପ୍ରାଣ ମନ୍ତ୍ରକୁ ନେଇ ଶପଥ କରାଇଥିଲେ ସୀତାରମଣ। ଏହିସମୟରେ ଶିକ୍ଷାର୍ଥୀମାନଙ୍କୁ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରାନ୍ତୁ। ଏହାସହ ଗୁଲାମୀ ମାନସିକତାକୁ ମୁକୁଳି ଦେଶର ସୁରକ୍ଷା ପାଇଁ ଏକତାକୁ ଦୃଢ କରି ଜଣେ ପ୍ରକୃତ ନାଗରିକ କର୍ତ୍ତବ୍ୟ ପାଳନ କରନ୍ତୁ। ଆମର ଐତିହ୍ୟ, ପରମ୍ପରାକୁ ନେଇ ଉତ୍ସବ ମନାନ୍ତୁ।

ସମସ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର, ବହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଯୋଗ ଦେଇଥିଲେ।

ODISHA