କ୍ୟାବିନେଟ୍‌ ର ବଡ଼ ନିଷ୍ପତ୍ତି: ଗହମ ସମେତ ଏହି ୬ ଟି ଫସଲର ବଢିଲା ଏମଏସପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟବିନେଟ୍‌ କମିଟି (ସିସିଇଏ) ୨୦୨୭-୨୮ ରବି ବିପଣନ ଋତୁ ପାଇଁ ସମସ୍ତ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରିଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ଉପଯୁକ୍ତ ଲାଭଜନକ ମୂଲ୍ୟ ଯୋଗାଇବା ଲକ୍ଷ୍ୟରେ ସରକାର ୨୦୨୭-୨୮ ବିପଣନ ଋତୁ ଲାଗି ରବି ଫସଲର ଏମଏସପି ବଢ଼ାଇଛନ୍ତି । କୁସୁମ ପାଇଁ ସର୍ବାଧିକ ଏମଏସପି ବୃଦ୍ଧି ଘୋଷଣା କରାଯାଇଛି । ଏହି ଫସଲର ଏମଏସପି କ୍ୱିଣ୍ଟାଲ ପିଛା ୬୭୫ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ରେପ୍‌ ସିଡ୍‌ ଓ ସୋରିଷର ସର୍ବନିମ୍ନ ସମର୍ଥନ ମୂଲ୍ୟ କ୍ୱିଣ୍ଟାଲ ପିଛା ୪୧୩ ଟଙ୍କା ବୃଦ୍ଧି କରାଯାଇଛି। । ମସୁର ଡାଲି, ଯଅ, ଚଣା ଏବଂ ଗହମ ପାଇଁ ଯଥାକ୍ରମେ କ୍ୱିଣ୍ଟାଲ ପିଛା ୩୯୦ ଟଙ୍କା, ୧୩୬ ଟଙ୍କା, ୮୩ ଟଙ୍କା ଏବଂ ୨୫ ଟଙ୍କା ଏମଏସପି ବୃଦ୍ଧି କରାଯାଇଛି ।

Major Cabinet Decision: MSP Hiked for 6 Crops