ମହାରାଷ୍ଟ୍ର ର’ଯୋଗୀ ବନାମ ଭୋଗୀ’ ସରକାର,ଯୋଗୀଙ୍କୁ ପ୍ରଶଂସା ମିଳୁଥିବାବେଳେ ବେଳେ ଉଦ୍ଧବ ଙ୍କୁ ନିନ୍ଦା

ମହାରାଷ୍ଟ୍ରରେ ‘ଲାଉଡ଼ ସ୍ପିକର’ ବିବାଦ ଏବେ ଚରମ ସୀମାରେ I ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ଟ୍ୱିଟ ପରେ ବର୍ତ୍ତମାନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରକୃତ ‘ଯୋଗୀ’ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ‘ଭୋଗୀ’ ବୋଲି ଦର୍ଶାଇ ଟ୍ୱିଟ କରିଛନ୍ତି I
ଅମୃତା ଫଡନାଭିସ୍ ଟ୍ୱିଟ୍ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ହେ ଭୋଗୀ, ଆମର ‘ଯୋଗୀ’ଙ୍କ ଠାରୁ କିଛି ଶିକ୍ଷା କର I ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରି ପ୍ରକୃତ ଯୋଗୀ ଙ୍କ ସହିତ ତୁଳନା କରିଛନ୍ତି I
ବର୍ତ୍ତମାନ ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳରୁ ଲାଉଡ଼ସ୍ପିକର ହଟାଇବା ବିବାଦ ଜୋର ଧରିଛି I ଅମୃତା ଫଡନାଭିସ୍ ଙ୍କ ପୂର୍ବରୁ MNS ମୁଖ୍ୟ ରାଜ ଠାକରେ ମରାଠୀ ଏବଂ ଇଂରାଜୀରେ ଟ୍ୱିଟ କରି ଲେଖିଛନ୍ତି, ମୁଁ ଯୋଗୀ ସରକାରଙ୍କୁ ଧାର୍ମିକ ସ୍ଥାନରୁ ବିଶେଷ କରି ମସଜିଦରୁ ଲାଉଡ ସ୍ପିକର ହଟାଇଥିବାରୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଦୁର୍ଭାଗ୍ୟବଶତ ମହାରାଷ୍ଟ୍ର କୌଣସି ‘ଯୋଗୀ’ ନାହିଁ, ଆମର ଭୋଗୀ ଅଛି I ମୁ ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ତାଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ I

ସୂଚନାଯୋଗ୍ୟ ଯେ ରାଜ ଠାକରେ ପ୍ରଥମେ ସମଗ୍ର ଦେଶରେ ଲାଉଡ ସ୍ପିକର ବିବାଦ ଆରମ୍ଭ କରିଥିଲେ। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ କହିଥିଲେ ଏବଂ ଏଥିପାଇଁ ସେ ମେ ୨ ପର୍ଯ୍ୟନ୍ତ ସମୟ ଦେଇଥିଲେ। ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବା ଏହି ବିବାଦ କ୍ରମେ ସମଗ୍ର ଦେଶରେ ଏବଂ ୟୁପିରେ ପହଞ୍ଚିଥିଲା I ଲାଉଡ ସ୍ପିକରଦେଇ ଅଜାନ ପଢ଼ାଯାଉଥିବାରୁ ଏହାର ଜବାବ ରେ ଉତ୍ତର ପ୍ରଦେଶରେ ରେ ଲାଉଡ ସ୍ପିକର ହନୁମାନ ଚଚାଳିଶ ପାଠ ଆରମ୍ଭ ହୋଇଥିଲା I

ଏହା ପରେ, ସିଏମ ଯୋଗୀଙ୍କ ନିର୍ଦ୍ଦେଶରେ, ୟୁପିରେ ଧାର୍ମିକ ସ୍ଥଳ ମାନଙ୍କରେ ଧ୍ୱନି ପ୍ରଦୂଷଣ ଦର୍ଶାଇ ଅନାବଶ୍ୟକ ଭାବରେ ଲାଉଡ ସ୍ପିକର ହଟାଯାଉଛି I ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ମୋଟ ୧୦ ,୯୧୩ ବେଆଇନ ଲାଉଡ ସ୍ପିକରକୁ ହଟାଇ ଦିଆଯାଇଛି | ଏହି ସମୟ ମଧ୍ୟରେ ଲାଉଡ ସ୍ପିକର ଆବାଜ ରେ ନିର୍ଦ୍ଧାରିତ ଧ୍ୱନି ପ୍ରଦୂଷଣ ମାନଙ୍କ ୩୫ ,୨୨୧ ଶବ୍ଦ ହ୍ରାସ ପାଇଛି I