ମହାରାଷ୍ଟ୍ରରେ ଘନେଇଲା ରାଜନୈତିକ ସଙ୍କଟ : ମୁଖ୍ୟ ସଚେତକ ପଦରୁ ଏକନାଥ ସିନ୍ଦେ ବିଦା

ମହାରାଷ୍ଟ୍ର: ଉଦ୍ଧବ ଠାକରେ ସରକାର ରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା I ଏହି ରାଜନୈତିକ ଅସ୍ଥିରତା ମହାବିକାଶ ଅଘାଡି ସରକାରରେ ମନ୍ତ୍ରୀ ଥିବା ତଥା ଉଦ୍ଧବ ଠାକରେଙ୍କ ଅତି ନିକଟତର ଏକନାଥ ସିନ୍ଦେଙ୍କ ବିଦ୍ରୋହ କାରଣରୁ ଆରମ୍ଭ ହୋଇଥିଲା। ଯାହା ଜଣ ପଡିଛି ଏକନାଥ ଙ୍କୁ ପ୍ରାୟ ୩୫ ଜଣ ବିଧାୟକଙ୍କ ସମର୍ଥନ ମିଳିଛି, ଫଳରେ ଅଘାଡି ସରକାର ରେ ବର୍ତ୍ତମାନ ରାଜନୈତିକ ସଙ୍କଟ ଦେଖାଦେଇଛି I
ଅନ୍ୟପଟେ ବିଦ୍ରୋହ ଘୋଷଣା କରିଥିବା ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିବସେନା। ଏକନାଥ ସିନ୍ଦେ ଙ୍କୁ ମହାରାଷ୍ଟ୍ର ସରକାର ର ମୁଖ୍ୟ ସଚେତକ ପଦରୁ ବିଦା କରାଯାଇଛି ଓ ତାଙ୍କ ସ୍ଥାନରେ ସେୱିରର ବିଧାୟକ ଅଜୟ ଚୌଧୁରୀଙ୍କୁ ଶିବସେନା ଦଳର ମୁଖ୍ୟ ସଚେତକ ପଦରେ ନିଯୁକ୍ତି ଦେଇଛି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେ, ବିଜେପି ଶାସିତ ରାଜ୍ୟ ଗୁଜୁରାଟର ସୁରଟରେ ନିଜର ୩୫ ଜଣ ବିଧାୟକଙ୍କ ହୋଟେଲ ରେ ଅବସ୍ଥାନ କରିଛନ୍ତି I ଏହା ଉଦ୍ଧବ ଠାକରେ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଶିବସେନାର ମୋଟ୍ ବିଧାୟକ ସଂଖ୍ୟା ହେଉଛି ୫୫ । ଏମିତିରେ ଉଦ୍ଧବ ଠାକରେଙ୍କ ବୈଠକରୁ ୩୫ ବିଧାୟକ ଦୂରେଇ ରହିବା ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଯଦି ପାର୍ଟିରୁ ୨୭ ବିଧାୟକ ଅଲଗା ହୋଇଯିବେ ତେବେ ଦଳ ଅଦଳ ବଦଳ ଆଇନ ଲାଗୁ ହେବ ନାହିଁ । ଶିବସେନା ବର୍ତ୍ତମାନ ଡ୍ୟାମେଜ କଂଟ୍ରୋଲରେ ଜୁଟି ଯାଇଛି । ଗୋଟିଏ ପଟେ ଏକନାଥ ସିନ୍ଦେ କୁ ବିଧାୟକ ଦଳର ନେତା ପଦରୁ ହଟାଇ ଅଜୟ ଚୌଧୁରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

ଏସବୁ ଭିତରେ ମୁହଁ ଖୋଲିଛନ୍ତି ଏକନାଥ ସିନ୍ଧେ। ସେ କ୍ଷମତା ପାଇଁ କେବେ ହେଲେ କାହାକୁ ଠକି ନାହାନ୍ତି ବୋଲି କହିଛନ୍ତି। ଏଥିସହ ସେ ନିଜ ଟ୍ୱିଟର ଆକାଉଣ୍ଟର ବାଓରୁ ଶିବସେନା ଶବ୍ଦ ହଟାଇ ଦେଇଛନ୍ତି। ଏହାପରେ ସେ ଟ୍ୱିଟ କରି କହିଛନ୍ତି, “ଆମେ ବାଲାସାହେବ ଠାକରେଙ୍କ କଟୋର ଶିବ ସୈନିକ। ବାଲାସାହେବ ଆମକୁ ହିନ୍ଦ୍ୱୁତ୍ୱର ଶିକ୍ଷା ଦେଇଛନ୍ତି। ଆମେ କେବେ ହେଲେ ବାଲାସାହେବକଙ୍କ ଆଦର୍ଶକୁ ବୁଲିବୁ ନାହିଁ। ସେହିପରି ଧର୍ମବୀର ଅନୀଲ ଦିଘେଙ୍କ ଶିକ୍ଷା ଆମର ମନେ ଅଛି। ଆମେ କେବେ ହେଲେ ଓ ଆଗକୁ କେବେ ବି କ୍ଷମତା ପାଇଁ କାହାକୁ ଠିକବୁ ନାହିଁ।”

ଅନ୍ୟପଟେ ବିଜେପିର ଦୃଢୋକ୍ତି ଶିବସେନା ଏବଂ ଅଘାଡି ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି । ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଆମ ପାଖରେ ଯେଉଁ ଖବର ରହିଛି, ତାହା ଅନୁଯାୟୀ ଏକନାଥ ସିନ୍ଧେ ୩୫ ଜଣ ବିଧାୟକଙ୍କ ସହିତ ସୁରଟ ଯାଇଛନ୍ତି । ଏହାର ଅର୍ଥ ଉଦ୍ଧବ ଠାକରେଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି । ହେଲେ ବ୍ୟବହାରିକ ଭାବେ ସରକାର ସଂଖ୍ୟା ଲଘୁ ହେବାରେ ଏବେ ଆଉ କିଛି ସମୟ ଲାଗିବ । ଚନ୍ଦ୍ରକାନ୍ତ ପାଟିଲ୍ କହିଛନ୍ତି, ବିଜେପି ଏଥର ଅତିତ୍ତଉତ୍ସାହିତ ହେବାକୁ ଚାହୁଁନାହିଁ । ସଂପ୍ରତି ଅନାସ୍ଥା ପ୍ରସ୍ତାବ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଇବରା ସ୍ଥିତି ଉତ୍ପନ ହୋଇ ନାହିଁ । ଜୁଲାଇ ୧୮ରୁ ଗୃହର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ସରକାର ଗଠନ ଦାବି ଉପରେ ଏବେଠୁ କିଛି କହିବା ତରବରିଆ ହେବ ବୋଲି ପାଟିଲ୍ କହିଛନ୍ତି । ସଂପ୍ରତି ଆମେ ସ୍ଥିତି ଉପରେ ନଜର ରଖିଛୁ । ନା ଏକନାଥ ସିନ୍ଧେ ଆମ ନିକଟକୁ କୌଣସି ପ୍ରସ୍ତାବ ଦେଇଛନ୍ତି ଏବଂ ନା ବିଜେପି ପକ୍ଷରୁ ତାଙ୍କୁ କିଛି ଅଫର ଦିଆଯାଇଛି ।