କୃଷକ ଙ୍କୁ ସମର୍ଥନ କରି ମହାରାଷ୍ଟ୍ର ବନ୍ଦ

ଲଖିମିପୁର ଖେରୀ ହିଂସା ଘଟଣା ରେ ଷୋମବାର ମହାରାଷ୍ଟ୍ର ବନ୍ଦ ପିପାଳନ କରାଯାଇଛି ଇ ରାଜ୍ୟ ଶିବସେନା-ଏନ୍ସିପି ମେଣ୍ଟ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି I କଂଗ୍ରେସ,ଶିବସେନା ଓ ଏନ୍ସିପି କର୍ମୀ ମାନେ ବିଭିନ୍ନ ସ୍ଥାନ ରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗାଡି ମୋଟର ଅଟକାଇ ଥିଲେ I ସେହିପରି ଦୋକାନ ବଜାର ଓ ବାଣିଜ୍ୟିକ ଅନୁଷ୍ଠାନ ମାନ ବନ୍ଦ ରହିଥିଲା I ମୁମ୍ବାଇ ଓ ଥାନେ ରେ ବନ୍ଦ ର ପ୍ରଭାବ ବେଶୀ ଦେଖିବାକୁ ମିଳିଥିଲା I ତେବେ ରାଜ୍ୟ ବିଜେପି ଏହି ବନ୍ଦ କୁ ନାପସନ୍ଦ କରିବା ସହିତ ଏହା ପ୍ରାୟୋଜିତ ଆତଙ୍କବାଦ ବୋଲି କହିଛି I

Comments (0)
Add Comment