ମହାନଦୀ ଜଳ ବିବାଦକୁ ନେଇ ବିଜେଡି ବିଧାୟକଙ୍କ କଡା ସମାଲୋଚନା

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ବିଜେପି ସରକାର ୨୦୨୪ ନିର୍ବାଚନ ପୂର୍ବରୁ ଚିଲେଇ ଚିଲେଇ କହିଲେ ଆମକୁ ଭୋଟ ଦିଅ ସବୁ ସମସ୍ୟାର ସମାଧାନ କରିବୁ। ହେଲେ ସରକାରକୁ ଆସିଲା ପରେ ସବୁ ଭୁଲିଗଲେ। ଏବେ ଛତିଶଗଡ଼-କେନ୍ଦ୍ର-ଓଡି଼ଶାରେ ଟ୍ରିପଲ୍ ଇଞ୍ଜିନ ସରକାର । ଲୋକମାନେ ଆଶା ଓ ଭରସାରେ ଭୋଟ ଦେଇଥିଲେ ମହାନଦୀ, ପୋଲାଭରମ ପ୍ରସଙ୍ଗର ବିଜେପି ସରକାର ସମାଧାନ କରିବେ । ମହାନଦୀରେ ଆଜି ଟୋପେ ପାଣି ନାହିଁ | ସରକାର ସମାଧାନ କରିବେ କଣ, ସେ ନେଇ ଟିକେ ଚିନ୍ତା ବି ନାହିଁ ବୋଲି କହିଛନ୍ତି ଅରୁଣ ।