କଟକ: କଟକ କମିଶନରେଟ ପୁଲିସ କଟକ ଦୋଳମୁଣ୍ଡାଇ ସ୍ଥିତ ହୋଟେଲ ମହାବୀର ଗ୍ୟାଲେକ୍ସ ଉପରେ ଚଢ଼ାଉ କରି ୧୩ଜଣ ପେଷାଦାର ଜୁଆଡ଼ିଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ପ୍ରାୟ ୧୯ଲକ୍ଷ ଟଙ୍କା, ସଂଖ୍ୟାଧିକ ମୋବାଇଲ୍ ଫୋନ୍, ଗାଡ଼ି ଚାବି, କାର୍ ଆଦି ଜବତ ହୋଇଥିଲା।
ସୂଚନାନୁସାରେ, ହୋଟେଲ୍ର ୧୧୦ ନମ୍ବର ପ୍ରକୋଷ୍ଠରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ଏଠାରୁ କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର ଆଦି ଅଞ୍ଚଳରୁ ୧୩ଜଣ ପେଷାଦାର ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ- କଟକ ମଙ୍ଗଳବାଗର ହେମନ୍ତ କାହାଳୀ (୪୪), ଚିଣ୍ଟୁ ଦଳେଇ (୩୦) ଓ ତପନ ସେଠୀ (୪୬), କଟକ ମାଲଗୋଦାମ ଦାସସାହିର ଅଜିତ ଓଝା (୩୫), ବ୍ରହ୍ମପୁର କାଳୁପାତ୍ର ସାହିର ଶ୍ୟାମ ସୁନ୍ଦର ସାହୁ (୩୯), କଟକ ମାଲ୍ଗୋଦାମର କିଷ୍ଣା ରାଓ (୪୮), ବ୍ରହ୍ମପୁର ବଡ଼ବଜାରର ଏ ସନ୍ତୋଷ କୁମାର (୩୨), ଭଦ୍ରକ ପୁରୁଣାବଜାରର ରାମ ଚନ୍ଦ୍ର ବେହେରା, ଭଦ୍ରକ ମାଧବନଗରର ମନୋଜ କୁମାର ମହାନ୍ତି (୩୫), କଟକ ଚାଉଳିଆଗଞ୍ଜ ରଥ ଲେନ୍ର ରଙ୍ଗନାଥ ସାହୁ (୬୧), ଖୋର୍ଦ୍ଧା ଜଟଣୀ ଦେଉଳବସ୍ତର ମହେଶ୍ବର ସାନ୍ତା (୪୦), କଟକ ଶିଖରପୁର ଉପରସାହିର ଯୋଗେଶ୍ବର ରାଓ (୪୯), ପୁରୀ ଦୋଳଗୋବିନ୍ଦପୁରର ଜଗବନ୍ଧୁ ବେହେରା ଓରଫ ଟୁଲୁ (୩୬)। ସେମାନଙ୍କ ନିକଟରୁ ୧୮ଲକ୍ଷ ୩୦ ହଜାର ୭୩୦ ଟଙ୍କା ନଗଦ, ୬୦ଟି ପ୍ଲାଷ୍ଟିକ୍ ଗୋଲାକାର ଟୋକେନ୍, ୧୦ଟି ବିଭିନ୍ନ ଯାନର ଚାବି, ୧୪ଟି ମୋବାଇଲ୍ ଫେଶନ୍, ୪ଟି ତାସ୍ ବଣ୍ଡଲ୍, ୨ଟି କାର୍ ସହ ୮ଟି ଗାଡ଼ି ଜବତ ହୋଇଛି।