ମଧ୍ୟପ୍ରଦେଶ : ନର୍ମଦା ନଦୀକୁ ଖସିଲା ଯାତ୍ରୀବାହୀ ବସ୍‍ ,୧୨ ମୃତ ଅନେକ ନିଖୋଜ

ଆଜି ସୋମବାର ସକାଳେ ମଧ୍ୟପ୍ରଦେଶ ନର୍ମଦା ନଦୀରେ ଘଟିଯାଇଛି ଏକ ବଡ଼ ଧରଣର ଦୁର୍ଘଟଣା I ମହାରାଷ୍ଟ୍ର ରୋଡୱେସର ଏକ ବସ୍ ନଦୀ ଭିତରକୁ ଓଲଟି ପଡ଼ିବା ଫଳରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବI ସହିତ ଅନେକ ନିଖୋଜ ଅଛନ୍ତି । ତେବେ ୧୫ ଜଣ ଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି I ଏହି ବସ ଟି ଇନ୍ଦୋରରୁ ପୁଣେ ଯାଉ ଥିବା ବେଳେ ଧIର ଜିଲ୍ଲାରେ ଅବସ୍ଥିତ କଲଘାଟ ସଞ୍ଜୟ ସେତୁ ମଧ୍ୟକୁ ଖସିପଡିଥିଲା। ଏହି ବସ ରେ ମୋଟ ବସ୍‌ରେ ୫୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

ଖରଗୋନ ଏସ୍‌ପି ଧର୍ମବୀର ସିଂଙ୍କ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ନଦୀରୁ ଉଦ୍ଧାର କରାଯାଇଛି। ମୃତ୍ୟୁମୁଖରୁ ଉଦ୍ଧାର ପାଇଥିବା ଯାତ୍ରୀଙ୍କ କହିବା ହେଲା, ବସ୍‌ ଭାରସାମ୍ୟ ହରାଇ ନଦୀ ବନ୍ଧର ବାଡ଼ ଭାଙ୍ଗି ସିଧା ନଦୀକୁ ଖସି ପଡ଼ିଥିଲା। ଏହାପରେ ନଦୀ ଭିତରେ ଥିବା ପଥରରେ ମାଡ଼ ହୋଇ ଓଲଟି ପଡ଼ିଥିଲା।

ସେପଟେ ଏହି ଦୁର୍ଘଟଣା ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ୍‌ ସିଂ ଚୌହାନ ଘଟଣାସ୍ଥଳକୁ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅତିରିକ୍ତ ଆବଶ୍ୟକ ସଂସାଧନ ପଠାଇବାକୁ କହିଛନ୍ତି। ଏତଦ୍‌ ବ୍ୟତୀତ ଆହତମାନଙ୍କର ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।