ନୂଆଦିଲ୍ଲୀ: କଂଗ୍ରେସ ସାଂଗଠନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯାଇଛି। ଦଳର ସଭାପତି ମଧୁ ଗୌଡ଼ ୟାସ୍ଖୀଙ୍କୁ ‘ଅଲ୍ ଇଣ୍ଡିଆ ପ୍ରଫେସନାଲ୍ସ କଂଗ୍ରେସ’ର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳଙ୍କ ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ। ଦେଶର ବିଭିନ୍ନ କ୍ଷେତ୍ରର ବୃତ୍ତିଗତ (ପ୍ରଫେସନାଲ୍) ଏବଂ ବିଶେଷଜ୍ଞମାନଙ୍କ ସହ କଂଗ୍ରେସର ଯୋଗସୂତ୍ରକୁ ଆହୁରି ମଜବୁତ କରିବା ଦିଗରେ ଅଲ୍ ଇଣ୍ଡିଆ ପ୍ରଫେସନାଲ୍ସ କଂଗ୍ରେସ କାର୍ଯ୍ୟ କରିଥାଏ। ବର୍ତ୍ତମାନ ମଧୁ ଗୌଡ଼ ୟାସ୍ଖୀ ଏହି ଗୁରୁତ୍ୱପୂର୍ଣ୍ଣ ସଂଗଠନର ନେତୃତ୍ୱ ନେବେ।