ରାଜଧାନୀ ଲକ୍ଷ୍ନୌ ଆଲିଗଞ୍ଜରେ ଆରଏସଏସ କାର୍ଯ୍ୟାଳୟକୁ ବିସ୍ଫୋରଣ ରେ ଉଡାଇଦେବାକୁ ଧମକ ଦେଇଥିବା ଅପରାଧୀ ଗିରଫ I ଲକ୍ଷ୍ନୌ ଏବଂ ଉନ୍ନାଓ ସମେତ ୬ଟି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ ହୁଆଟ୍ସ ଆପ ମାଧ୍ୟମରେ ଧମକ ଦେଇଥିବା ଅଭିଯୁକ୍ତ ରାଜ ମହମ୍ମଦ କୁ ତାମିଲନାଡ଼ୁରୁ ଗିରଫ କରାଯାଇଛି I ୟୁପି ପୋଲିସ ର ସର୍ଭିଲାନ୍ସ ଟିମ ଦ୍ୱାରା ଅନୁସନ୍ଧାନ ଚଳାଇ ଅଭିଯୁକ୍ତ ରାଜ ମହମ୍ମଦ କୁ ତାମିଲନାଡୁ ପୁଦୁକୋଟ୍ଟାଇରୁ ଗିରଫ କରି ହେପାଜତ କୁ ନେଇଛି I ଘଟଣା ବିଷୟରରେ ଅଧିକ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ଏବେ ଅଧିକ ପଚରାଉଚୁରା କରାଯାଉଛି ବୋଲି ପୋଲିସ କହିଛି। ଏହା ମଧ୍ୟରେ ଉତ୍ତରପ୍ରଦେଶର ଏଟିସ (ଆତଙ୍କ ନିରୋଧୀ ଦଳ) ତାମିଲନାଡ଼ୁରେ ପହଞ୍ଚିଛନ୍ତି ବୋଲି ଜଣାପଡ଼ିଛି।
ପ୍ରକୃତରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜରେ ଥିବା ଆରଏସଏସ କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ଦିଆଯାଇଥିଲା। ଏପରି ଧମକ ସଂଘ ସହିତ ଯଡ଼ିତ ଡକ୍ଟର ନୀଳକଣ୍ଠ ମଣି ପୂଜାରୀଙ୍କୁ ହ୍ୱାଟସଆପରେ ମିଳିଥିଲା। ୩ଟି ଭାଷାରେ ମିଳିଥିବା ବାର୍ତ୍ତାରେ ଲକ୍ଷ୍ନୌ, ନୱାବଗଞ୍ଜକୁ ଛାଡ଼ି କର୍ଣ୍ଣାଟକରେ ଆରଏସଏସ ସହିତ ଯଡ଼ିତ ୪ଟି ଜାଗାକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ଦିଆ ଯାଇଥିଲା। ଏହାପରେ ଡକ୍ଟର ନୀଳକଣ୍ଠ ମଡ଼ିୟାଂବ ଥାନାରେ ଅଭିଯୋଗ କରିଥିଲେ।
ଏହି ମାମଲାରେ ଡକ୍ଟର ନୀଳକଣ୍ଠ ତିୱାରୀ ମାଡିୟାଂବ ଥାନାରେ ଅଭିଯୋଗ ଦାଖଲ କରି ମକଦ୍ଦମା ରୁଜୁ କରିଥିଲେ। ଏପରି ଧମକପୂର୍ଣ୍ଣ ମ୍ୟାସେଜ ପଠାଇଥିବା ଦୁର୍ବୃତ୍ତକୁ ଖୋଜିବା ପାଇଁ ପୋଲିସ ସାଇବର ଅପରାଧ ଶାଖା ଓ କ୍ରାଇମ୍ବ୍ରାଞ୍ଚର ସାହାଜ୍ୟ ନେଇଥିଲା। ପୋଲିସ ଧମକପୂର୍ଣ୍ଣ ମ୍ୟାସେଜ ଆସିଥିବା ହ୍ୱାଟସଆପ୍ ନମ୍ବର ବିଷୟରେ ଜାଣିବା ପାଇଁ ଅଧିକ ତଦନ୍ତ କରିଥିଲା । ଏହାପରେ ସେହି ନମ୍ୱରର ଲୋକେସନ୍ ତାମିଲୁନାଡ଼ୁବୋଲି ଜଣା ପଡ଼ିଥିଲା। ଏହାପରେ ସେଠାକାର ସ୍ଥାନୀୟ ପୋଲିସକୁ ସମ୍ପର୍କ କରାଯାଇଥିଲା। ଫଳରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଠାକାର ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା