କେନ୍ଦ୍ରାପଡ଼ାରେ ଯୋଗାଣ ବିଭାଗର ରେଡ୍

କେନ୍ଦ୍ରାପଡା: ଗ୍ୟାସ ସିଲିଣ୍ଡର ସଂକଟକୁ ନେଇ ଅନେକ ଗ୍ରାହକ ଆଗୁଆ ଗ୍ୟାସ ବୁକିଂ କରୁଥିବା ବେଳେ ବିଭିନ୍ନ ଡିଲରଙ୍କ ଆଗରେ ଭିଡ଼ ମଧ୍ୟ ଲଗାଉଛନ୍ତି । ଏସବୁ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ୍ ଜାରି ରହିଛି। ଏହାରି ଭିତରେ ଆଜି କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ବେଆଇନ LPG ସିଲିଣ୍ଡର ଜବତ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ତିନିମୁହାଣି ଛକରେ ଥିବା କେତେକ ଫାଷ୍ଟ ଫୁଡ,ହୋଟେଲ,ରେଷ୍ଟୁରାଣ୍ଟ ଉପରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ବେଆଇନ ଭାବେ ବ୍ୟହହାର ହେଉଥିବା ପ୍ରାୟ ୧୦ରୁ ଅଧିକ ଘରୋଇ LPG ସିଲିଣ୍ଡର ଜବତ ହୋଇଛି। ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି LPG ସିଲିଣ୍ଡର କଳାବଜାରୀ ହେଉଥିବା ଅଭିଯୋଗ ହେଉଥିବା ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଏହି ଚଢାଉ ଆରମ୍ଭ ହୋଇଛି। କେନ୍ଦ୍ରାପଡା ମୁନିସିପାଲିଟି ଅଞ୍ଚଳରେ ଚଢାଉ ପାଇଁ ଦୁଇଟି ଟିମ୍ କରାଯାଇଥିବାବେଳେ ପ୍ରତି ବ୍ଲକ୍ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ପଞ୍ଚାୟତ ସ୍ତରରେ ଥିବା ବିଭିନ୍ନ ଫାଷ୍ଟ ଫୁଡ୍,ହୋଟେଲ, ରେଷ୍ଟୁରାଣ୍ଟ ଉପରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଯୋଗାଣ ବିଭାଗ ତରଫରୁ କୁହାଯାଇଛି। ବେଆଇନ LPG ସିଲିଣ୍ଡର ଧରାପଡିଲେ ଫାଇନ ସହିତ ସେମାନଙ୍କ ନାମରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।