ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ବଡ ଝଟକା । ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ଅଏଲ୍ ମାର୍କେଟିଙ୍ଗ କମ୍ପାନିଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ତର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏସପିଜି ସିଲିଣ୍ତର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ ।
IOCLର ୱେବସାଇଟରେ ବଦଳାଯାଇଥିବା ସିଲିଣ୍ଡରର ନୂତନ ମୁଲ୍ୟ ଅପଡେଟ୍ କରାଯାଇଛି । ଏହି ଦର ଆଜିଠାରୁ ଲାଗୁ କରାଯାଇଛି । ସୂଚନାଯୋଗ୍ୟ ଯେ, ଦୀପାବଳି ପୂର୍ବରୁ ଅଏଲ୍ ମାର୍କେଟିଙ୍ଗ କମ୍ପାନି ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ ୧୦୩ ଟଙ୍କା ବଢାଇଥିଲା । ୧ ନଭେମ୍ବର ସୁଦ୍ଧା ଦିଲ୍ଲୀରେ ଏହି ସିଲିଣ୍ଡରର ଦାମ୍ ୧୮୩୩ ଟଙ୍କା ଥିଲା ।
କିନ୍ତୁ ୧୬ ନଭେମ୍ବର ଅର୍ଥାତ୍ ଛଟ୍ ପୂଜା ପୂର୍ବରୁ ସାମାନ୍ୟ ଆଶ୍ଵସ୍ତି ଭାବରେ ସିଲିଣ୍ଡରର ଦାମ୍ ୫୦ ଟଙ୍କା କମାଇ ୧୭୫୫ କରାଯାଇଥିଲା । କିନ୍ତୁ ବର୍ଷ ଶେଷ ହେବା ପୂର୍ବରୁ ପୂନର୍ବାର ୧୯ କେଜି କମର୍ସିଆଲ୍ ଗ୍ୟାସର ଦର ୪୧ ଟଙ୍କା ବୃଦ୍ଧି କରାଯାଇଛି ।