ଆମ୍ବ ତୋଟାରେ ପ୍ରେମୀ ଯୁଗଳଙ୍କର ଆତ୍ମହତ୍ୟା

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ତରତରା ଗ୍ରାମ ନିକଟରେ ଥିବା ଆମ୍ବ ତୋଟାରେ ଦୁଇ ଜଣ ପ୍ରେମୀ ଯୁଗଳଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେଖି ଗ୍ରାମର ଲୋକମାନେ ଆନନ୍ଦପୁର ଥାନାକୁ ଖବର ଦେଇଥିବା ବେଳେ ଆନନ୍ଦପୁର ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ ହେଁ ରାତି ଯୋଗୁଁ ଗଛରୁ ଶବକୁ ବିଚ୍ଛେଦ ହୋଇ ନଥିଲା। ପରଦିନ ସକାଳେ ପୋଲିସ ପକ୍ଷରୁ ଶବ ଦୁଇଟିକୁ ଗଛରୁ କାଢି ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଖବର ନେବାରୁ ଜଣାପଡ଼େ ଯେ କିଛି ଦିନ ପୂର୍ବରୁ ଦୁଇ ପ୍ରେମୀ ଯୁଗଳଙ୍କର ବିବାହ ଉଭୟ ପରିବାରଙ୍କ ସହମତି ରେ ଚାଲୁଥିବା ବେଳେ, ଉଭୟଙ୍କର ବିବାହ ବୟସ ହୋଇ ନଥିବାରୁ କୌଣସି ସୂତ୍ରରୁ ପ୍ରଶାସନ ଖବର ପାଇ ବିବାହ ବନ୍ଦ କରିଥିଲେ। ଦୁଇ ପୁଅ ଝିଅ ଙ୍କୁ ବୁଝାଇ ଉଭୟ ପରିବାରଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ର କହିବା ଅନୁଯାୟୀ ଦୁଇ ପ୍ରେମୀ ଯୁଗଳ ଦୁଇ ତିନିଦିନ ତଳୁ ରସି ଲଗାଇ ଝୁଲୁଥିବାର ସନ୍ଦେହ କରୁଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଜାଣିବାକୁ ପୋଲିସ ପକ୍ଷରୁ ତଦନ୍ତ ଚାଲୁ ରହିଛି। ଗ୍ରାମରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଦୁଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।