ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ: ଓୟୋ ହୋଟେଲ ମ୍ୟାନେଜର ଙ୍କ ସହିତ ୭ ଗିରଫ

କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ I ଏହି ଲୁଟେରା ଗ୍ୟାଙ୍ଗ କୁ ଧରିଛି ନୟାପଲ୍ଲୀ ଥାନା ପୁଲିସ । ଏହି ୭ ଲୁଟେରାଙ୍କ ମଧ୍ୟରୁ ୪ ଜଣ ଲୁଟେରା, ଜଣେ ଲୁଟ ବେଳେ ସହଯୋଗ କରୁଥିଲା, ଅନ୍ୟ ଜଣେ ମୋବାଇଲ ଲକ୍ ଭାଙ୍ଗୁଥିଲା ଏବଂ ଅନ୍ୟ ଜଣେ ଓୟୋ ହୋଟେଲର ମ୍ୟାନେଜର । ଗିରଫ ବେଳେ ଲୁଟେରାଙ୍କ ପାଖରୁ ୨୧ଟି ମୋବାଇଲ, ଗୋଟିଏ ରକ୍ତ ଲଗା ଖଣ୍ଡା, ସୁନା ମୁଦି, ଟଙ୍କା ଜବତ କରିଛି ପୁଲିସ ।
ଏମାନେ ମୁଖ୍ୟତଃ ରାତିରେ ଯାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ । ନିକଟରେ ନୟାପଲ୍ଲୀ ନିକଟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ଏହି ଲୁଟେରା ଗ୍ୟାଙ୍ଗ ବୋଲି ଜଣାପଡିଛି । ଏହି ଲୁଟେରାଙ୍କ ନାମରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୧୮ଟି ଲୁଟ୍ ମାମଲା ରହିଛି । ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ଚଢ଼ାଉ ଜାରି ରହିଥିବା ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର