ଚାରି ଲକ୍ଷ ଟଙ୍କାର ଟମାଟର ଲୁଟ୍‌

ଚିତୁର – ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଟମାଟୋ ନେଇ ଯାଉଥିବା ଚାଷୀଙ୍କ ଠାରୁ ସାଢେ ଚାରି ଲକ୍ଷ ଟଙ୍କା ଲୁଟ୍‌ । ଜଣେ ଚାଷୀ ତାଙ୍କ ବିଲରେ ହୋଇଥିବା ଟମାଟୋ ରୟିତୁ ବଜାର ବା କୃଷକ ବଜାରକୁ ବିକ୍ରି ପାଇଁ ନେଇଥିଲେ । ଗୋଟିଏ ସ୍ଥାନରେ ସେ କିଛି ଟମାଟୋ ବଡ ବ୍ୟବସାୟୀଙ୍କୁ ବିକ୍ରି କରିବା ପରେ ବଳକା ଟମାଟୋ ନେଇ ଅନ୍ୟ ଏକ ସ୍ଥାନକୁ ଯାଉଥିଲେ । ରାସ୍ତାରେ ତାଙ୍କୁ ୫ ଜଣ ଲୁଟେରା ଅଟକାଇଥିଲେ ।

ଏକ ମଦବୋତଲରେ ତାଙ୍କୁ ଆକ୍ରମଣ କରିବା ପରେ ସାଢେ ଚାରି ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଚାଷୀ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।