ଶୀତ ଦିନିଆ ପନିପରିବା ତାଲିକା

ଶୀତଦିନ ଆସିଲେ ଘରେ ଘରେ ପନିପରିବାର ଭିଡ଼ ଦେଖିବାକୁ ମିଳେ । କାରଣ ଏହି ଦିନରେ ବହୁ ପନିବରିବା ମିଳିବା ସହ ଶସ୍ତା ମଧ୍ୟ ହୋଇଥାଏ । ଏଇ ଋତୁରେ ମିଳୁଥିବା ପରିବାଗୁଡ଼ିକରେ ପ୍ରୋଟିନ ଅଧିକ ଥାଏ । ଲୋକଙ୍କ ଚାହିଦା ଦେଖି କୃଷକମାନେ ମଧ୍ୟ ଶୀତ ଆସିବା ପୂର୍ବରୁ ପ୍ରାକ୍‌-ପ୍ରସ୍ତୁତି କରିଦିଅନ୍ତି । କେତୋଟି ଲାଭବାନ୍‌ ଶୀତଦିନିଆ ପରିବା ହେଉଛି: 

ବ୍ରୋକୋଲି: ବିଦେଶୀ ପରିବା ବ୍ରୋକୋଲି ଏବେ ଦେଶୀ ବଜାରରେ ଲୋକପ୍ରିୟ ହୋଇଛି । କେତେଜଣ ଛାତ ଉପରେ ମଧ୍ୟ ବ୍ରୋକୋଲି ଚାଷ କରୁଛନ୍ତି । ମଞ୍ଜି ଲଗାଇବାର ମାତ୍ର ୧୦ଦିନ ପରେ ବ୍ରୋକୋଲି ଚାରା ହୁଏ । ଶୀତଦିନେ ଏହି ପରିବା ଚଢ଼ା ଦାମରେ ବଜାରରେ ବିକ୍ରି ହେଉଛି ।

ସବୁଜ ମଟର: ଥଣ୍ଡା ପାଗ ହେଲେ ସବୁଜ ମଟର ଉତ୍ପାଦନ ବଢେ଼ । ବଜାରରେ ପ୍ରଥମେ ଏଇ ପରିବାର ଦାମ ଅଧିକା ରହେ, ଧୀରେଧୀରେ ମଟର ଶସ୍ତାରେ ବିକ୍ରି ହୁଏ । 

ବିଲାତି: ବର୍ଷଯାକ ଉତ୍ପାଦନ ହେଉଥିବା ବିଲାତି ଗୋଟିଏ ପ୍ରକାରର, ଅନ୍ୟ ପ୍ରକାରଟି ହେଉଛି ଶୀତଦିନିଆ ବିଲାତି । କେତେଜଣ ତାକୁ ଦେଶୀ ବିଲାତି ମଧ୍ୟ କହନ୍ତି, ଯାହା ଶୀତ ପାଗରେ ବଡ଼ ଆକାର ହୁଏ ।