ଭୁବନେଶ୍ୱର : ଶ୍ରୀ ଲିଙ୍ଗରାଜ ମନ୍ଦିର ଭିତରେ ରୋମରୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଫଟୋ ଉଠାଉଥିବାର ଦେଖିବାକୁ ମିଳିଥିଲା । ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବିଦେଶୀ ପର୍ଯ୍ୟଟକ । ଠାକୁରଙ୍କ ଭୋଗ ଯାଉଥିବା ରାସ୍ତାର ଅଚ୍ୟୁତା କହଣ୍ଡା ନିକଟରୁ ସେବାୟତମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଧରିଥିଲେ । ସେ କିପରି ମନ୍ଦିର ଭିତରକୁ ପ୍ରବେଶ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବିଦେଶୀ ପର୍ଯ୍ୟଟକ ମନ୍ଦିର ଭିତରକୁ ପଶିଯାଇଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଚୁନପାଣି ଛିଞ୍ଚା ଯାଇ ଶୋଧ କରାଯାଇଛି । ଏଥିସହିତ ଠାକୁରଙ୍କ ମହାସ୍ନାନ କରାଯାଇ ବଡ ଥୁପାଳ ଓ ରୋଷ ହୋମ କରାଯାଇଛି । ମନ୍ଦିର ଭିତରକୁ ବିଦେଶୀ ପଶିଯିବାରୁ ଠାରୁକରଙ୍କ ନୀତିକାନ୍ତି ପ୍ରାୟ ସାଢେ ତିନି ଘଣ୍ଟା ବିଳମ୍ବ ହୋଇଛି ।