ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ତାଙ୍କ ଉଗ୍ର ହିନ୍ଦୁତ୍ୱ ଭାବମୂର୍ତ୍ତି ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଆସିଛନ୍ତି Iନିକଟରେ, ସେ ତେଲେଙ୍ଗାନାର ୱାରଙ୍ଗାଲରେ ବିଜେପି ର ଏକ ସଭାକୁ ସମ୍ବୋଧନ କରିବା ଅବସରରେ କହିଛନ୍ତି ଯେ ଭାରତ ବର୍ତ୍ତମାନ ଜାଗ୍ରତ ହୋଇଛି ।ଧାରା ୩୭୦ ରଦ୍ଦ ହେବା ସହିତ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେହିଭଳି ଦିନ ଆସିବ ବ୍ୟସ୍ତ ହୁଅନ୍ତୁନି ୱବେସୀ , ବାବର ଓ ଔରଙ୍ଗଜେବ ଭଳି ତମ ନାଁ ମଧ୍ୟ ମାଟିରେ ମିଶିଯିବ। ଏହା ସହିତ ସେ ସଭାରେ ପ୍ରଥମରୁ ହିଁ ୱବେସୀ ଏବଂ ତେଲେଙ୍ଗାନା ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଏଥି ସହିତ ସେ କଡ଼ା ସମାଲୋଚନା କରି ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଯେତେବେଳେ ବି ଜଣେ ଶାସକ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହୁଅନ୍ତି, ଦେଶ ସାମ୍ନାରେ ଜରୁରୀକାଳୀନ ପରିସ୍ଥିତି ଉପୁଜେ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଆମକୁ ଯୁଦ୍ଧ ଜାରି ରଖିବାକୁ ପଡିବ। ସେ କହିଛନ୍ତି ଆଜି ନହେଲେ କାଲି ଦିନେ ନା ଦିନେ ଆମର ସଂଗ୍ରାମ ସଫଳ ହେବ। ଯାହା ଫଳରେ ଏକ ନୂତନ ତେଲେଙ୍ଗାନା ଗଠନ ହେବ। ଆଉ ଏଠାରେ କୌଣସି ପ୍ରକାରେ ଏକଛତ୍ରବାଦୀ ଶାସନ ହେବ ନାହିଁ।
ଏହା ସହିତ ସେ ପଞ୍ଜାବ ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ହେଇଥିବା ତ୍ରୁଟି ପ୍ରସଙ୍ଗ କୁ ନେଇ ମଧ୍ୟ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ପଞ୍ଜାବରେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନାହିଁ। କଂଗ୍ରେସ ଏହି ସମଗ୍ର ପ୍ରସଙ୍ଗକୁ ସଂସ୍ଥାପନ କରିବାକୁ ଚାହୁଁଛି। ଯଦି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଆସାମକୁ ଆସନ୍ତି ମୁ ତାଙ୍କ ସହିତ ଠିକ ଏହି ପରି କରେ ଏହା ଠିକ ହେବ କି ?